30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଇସ୍ରାଏଲ ଉପରେ ଇରାନର ରକେଟ୍‌ ବର୍ଷା

ଇସ୍ରାଏଲ ଉପରେ ଇରାନର ରକେଟ୍‌ ବର୍ଷା

ତେଲ୍‌ ଆଭିଭ୍‌ : ମଧ୍ଯପ୍ରାଚ୍ଯରେ ଅବଶମ୍ଭାବୀ ଯୁଦ୍ଧ । ବଢିପାରେ କଳେବର । ଇରାନ ସମର୍ଥିତ ସାମରିକ ସଂଗଠନ ହିଜବୁଲ୍ଲା ଲେବାନନରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଆଜି ଭୋର୍‌ ସମୟରେ ପ୍ରବଳ ରକେଟ୍ ମାଡ଼ କରିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଭିତରେ ହିଜବୁଲ୍ଲାର ଏଭଳି ଆକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ ଉପରେ ହିଜବୁଲ୍ଲା ୫୦ରୁ ଅଧିକ ରକେଟ୍‌ ମାଡ଼ କରିଥିବା ବେଳେ ସମସ୍ତ ରକେଟ୍‌କୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ ଡୋମ୍‌’ ପଣ୍ଡ କରିଦେଇଛି। ନିକଟରେ ଇସ୍ରାଏଲ୍ ଆକ୍ରମଣରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ନିହତ ହେବା ସହ ହମାସର ଶୀର୍ଷ ନେତା ଇସ୍‌ମାଇଲ ହାନିୟେହଙ୍କ ମୃତ୍ୟୁ ପରେ ଏହି ରକେଟ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣର ଜବାବରେ ଇସ୍ରାଏଲ ମଧ୍ୟ ଲେବାନନ ଓ ସିରିଆରେ ହିଜବୁଲ୍ଲାର ସମସ୍ତ ପ୍ରତିଷ୍ଠାନ ଧ୍ବଂସ କରିଦେବାକୁ ଚେତାବନୀ ଦେଇଛି। ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ିଯାଇଛି। ଇରାନ ସମର୍ଥିତ ହିଜବୁଲ୍ଲା ଆଜି କହିଛି, ଆମେ ଇସ୍ରାଏଲର ମୋସାଭ ବେଇଟ୍ ହିଲେଲ୍‌ ଉପରେ ରକେଟ୍ ଆକ୍ରମଣ କରିଛୁ ଏବଂ ସେଠାରେ ଅନେକ ଇସ୍ରାଏଲୀ ନାଗରିକ ଆହତ ହୋଇଛନ୍ତି। ତେବେ ଇସ୍ରାଏଲ ଏ ନେଇ କିଛି ସ୍ପଷ୍ଟ କରିନାହିଁ ଏବଂ ଆକ୍ରମଣ ପଣ୍ଡ କରିଦିଆଯାଇଛି ବୋଲି କହିଛି। ଲେବାନନ ଓ ସିରିଆ ଉପରେ ଇସ୍ରାଏଲର ଆକ୍ରମଣ ଜବାବରେ ଏହା ପ୍ରତିଶୋଧମୂଳକ ଆକ୍ରମଣ ଥିଲା ବୋଲି ହିଜବୁଲ୍ଲା କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking