26.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଇରାନ ପ୍ରତିବାଦ: ଇଣ୍ଟରନେଟ୍-ଟେଲିଫୋନ୍ ସେବା ବନ୍ଦ

ଇରାନ ପ୍ରତିବାଦ: ଇଣ୍ଟରନେଟ୍-ଟେଲିଫୋନ୍ ସେବା ବନ୍ଦ

ନୂଆଦିଲ୍ଲୀ: ଇରାନରେ ଗୃହଯୁଦ୍ଧ ସ୍ଥିତି । ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ବିକ୍ଷୋଭକାରୀ । ବିକ୍ଷୋଭ ରୂପ ଏତେ ତୀବ୍ର ଥିଲା ଯେ ଗୁରୁବାର ରାତିରେ ଇଣ୍ଟରନେଟ ଏବଂ ଟେଲିଫୋନ ସେବା ପୂରା ବନ୍ଦ ହୋଇଯାଇଥିଲା । ତେହରାନ ଏବଂ ଅନ୍ୟାନ୍ୟ ସହରଗୁଡିକରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି ।ଇରାନର ସରକାରୀ ଗଣମାଧ୍ୟମ ସାମ୍ପ୍ରତିକ ପ୍ରତିବାଦ ସମୟରେ ପୋଡ଼ାଜଳା ଏବଂ ହିଂସାକୁ ଉସୁକାଇବା ପାଇଁ ଆମେରିକା ଏବଂ ଇସ୍ରାଏଲର ଆତଙ୍କବାଦୀ ଏଜେଣ୍ଟମାନଙ୍କୁ ଦାୟୀ କରିଛି। ରିପୋର୍ଟ ଅନୁଯାୟୀ ପ୍ରତିବାଦକାରୀମାନେ ବ୍ୟକ୍ତିଗତ କାର, ମୋଟରସାଇକେଲ, ମେଟ୍ରୋ ଭଳି ସାର୍ବଜନୀନ ସ୍ଥାନ, ଅଗ୍ନିଶମ ଗାଡ଼ି ଏବଂ ବସ୍ ଜାଳି ଦେଇଛନ୍ତି।  ବିକ୍ଷୋଭକାରୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଖାମନେଇ ଚେତାବନୀ ଦେଇଥିବା ଇରାନ ନେତୃତ୍ୱଙ୍କୁ ଧମକ ଦେଇଛି ଆମେରିକା । ମୂଲ୍ୟବୃଦ୍ଧି, ଚାକିରି ଏବଂ ଖର୍ଚ୍ଚ ବୃଦ୍ଧି ନେଇ ୧୨ ଦିନ ହେଲାଣି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି । ସେଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନେତୃତ୍ୱକୁ ଏକ କଡା ଚେତାବନୀ ଦେଇଛନ୍ତି । ମାନବ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରଦର୍ଶନ ସହ ଜଡିତ ସଂଘର୍ଷରେ ଅତି କମରେ ୪୫ ଜଣ ଲୋକଙ୍କ ଜୀବନ ଯାଇଛି । ଯାହା ତେହରାନର ଅଶାନ୍ତି ନିୟନ୍ତ୍ରଣ ଉପରେ ଅନ୍ତର୍ଜାତୀୟ ଚିନ୍ତା ବଢାଇଛି । ଗୁରୁବାର ଦେଶବ୍ୟାପୀ ଇଣ୍ଟନେଟ ବ୍ଲାକଆଉଟ ହୋଇଛି । ତେହେରାନ ଏବଂ ମୁଖ୍ୟ ସହରଗୁଡିକରେ ପ୍ରଦର୍ଶନକାରୀମାନେ ରାସ୍ତାକୁ ଆସି ଇରାନର ଧର୍ମଗୁରୁ ନେତୃତ୍ୱ ବିରୋଧରେ ସ୍ଲୋଗାନ ଦେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking