21.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଇରାନ ରାଷ୍ଟ୍ରପତି ନିର୍ବାଚନ; ସଇଦି ଜଲିଲିଙ୍କୁ ହରାଇଲେ ମସୁଦ

ଇରାନ ରାଷ୍ଟ୍ରପତି ନିର୍ବାଚନ; ସଇଦି ଜଲିଲିଙ୍କୁ ହରାଇଲେ ମସୁଦ

ତେହେରାନ: ଇରାନରେ ମସୁଦ ରାଜ୍ । ରାଷ୍ଟ୍ରପତି ରନ୍‌-ଅଫ ନିର୍ବାଚନରେ କନଜର୍ଭେଟିକ ନେତା ସଇଦି ଜଲିଲିଙ୍କୁ ହରାଇ ଇରାନର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମସୁଦ ପେଜେଶକିୟନ । ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହୋଇଥିବା ବେଳେ ଆଜି ଭୋଟ ଗଣତି ହୋଇଛି । ଜଲିଲିଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ମସୁଦ । ଦେଶର ନବମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ମସୁଦ ପେଜେଶକିୟନ ଇରାନର ଜଣେ ଜଣାଶୁଣା ହାର୍ଟ ସର୍ଜନ । ୨୦୦୮ରୁ ସେ ପାର୍ଲିଆମେଣ୍ଟର ମେମ୍ବର ରହିଆସିଛନ୍ତି । ଇରାନ ୧୯୭୯ରେ ଇସଲାମିକ ବିପ୍ଳବ ପରେ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମେ ୧୯ ତାରିଖରେ ହେଲିକାପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇିସିଙ୍କ ମୃତ୍ୟୁ ପରେ ଦେଶ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନର ସାମ୍ନା କରିଛି ।

ଜୁନ ୨୮ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟର ନିର୍ବାଚନରେ ଇରାନ ନିର୍ବାଚନ ଆଇନ ଅନୁଯାୟୀ କୌଣସି ପ୍ରାର୍ଥୀ ସଂଖ୍ୟା ଗରିଷ୍ଠତା ଅର୍ଥାତ୍ ୫୦ ପ୍ରତିଶତ ଭୋଟ ହାସଲ କରିନଥିବା ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ଯେଉଁଥିରେ ଜଲିଲିଙ୍କୁ ହରାଇ ମସୁଦ ପେଜେଶକିୟନ ଆଗରେ ରହିଛନ୍ତି । ଏହି ରେସରେ ୪ଜଣ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରିଫମିଷ୍ଟ ନେତା ପେଜଶକିୟନଙ୍କୁ ୪୨.୫ ପ୍ରତିଶତ, କନର୍ଜଭେଟିଭ ସଇଦ ଜଲିଲିଙ୍କୁ ୩୮.୬ ପ୍ରତିଶତ ଭୋଟ ମିଳିଥିଲା । ଯେଉଁଥିପାଇଁ ଉଭୟ ନେତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ରନ-ଅଫ ନିର୍ବାଚନର ସାମ୍ନା କରିବାକୁ ପଡିଥିଲା । ତେବେ ମସୁଦ ଜଣେ ଭାରତ ସମର୍ଥକ ଏବଂ ପାକିସ୍ତାନ ବିରୋଧୀ ରିଫର୍ମିଷ୍ଟ ନେତା ଭାବେ ଜଣାଶୁଣା । ଇରାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ୩୦ ମିଲିୟନ ମତଦାତା ମତସାବ୍ୟସ୍ତ କରିଥିବା ବେଳେ ସେଥିମଧ୍ୟରୁ ପାଖାପାଖି ୧୬.୩ ମିଲିୟନ ଭୋଟର ମସୁଦଙ୍କୁ ସମର୍ଥନ କରିଥିବା ବେଳେ ବେଳେ ୧୩.୫ ମିଲିୟନ ଭୋଟ ଯାଇଛି ଜଲିଲିଙ୍କ ସମର୍ଥନରେ । ତେବେ ମସୁଦ ୫୩.୭ ପ୍ରତିଶତ ଭୋଟ ପାଇଥିବା ବେଳେ ଜଲିଲି ୪୪.୩ ପ୍ରତିଶତ ଭୋଟ ପାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking