24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଇରାନ-ଇସ୍ରାଏଲ ବିବାଦ : ଇସ୍ରାଏଲକୁ ଉଡ଼ିବନି ବିମାନ

ଇରାନ-ଇସ୍ରାଏଲ ବିବାଦ : ଇସ୍ରାଏଲକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ବିବାଦ ମଧ୍ୟରେ ଏୟାର ଇଣ୍ଡିଆ ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଛି। ଅଗଷ୍ଟ ୮ ପର୍ଯ୍ୟନ୍ତ ତେଲ୍ ଆଭିବକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି। ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଏହାର ପ୍ରଭାବ ଏବେ ଭାରତ ଉପରେ ପଡ଼ିଛି । ତେବେ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରାଏଲକୁ ତେଲ୍ ଏବିବ୍ ଯିବାକୁ ଥିବା ଏବଂ ଆସିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରିଦିଆଯାଇଛି । ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ବୋଲି ଏୟାର ଇଣ୍ଡିଆ କହିଛି । ଗତ ବର୍ଷ ଅକ୍ଟୋବର ମାସରୁ ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଅବିରତ ଯୁଦ୍ଧ ଚାଲିଛି । ହମାସର ଚିଫ୍ ଇସ୍ମାଇଲ୍ ହାନିଆଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ଇରାନ ଇସ୍ରାଏଲ୍ ଯୁଦ୍ଧ ପାଇଁ ଖୋଲା ଚେତାବନୀ ଦେଇଛି । ଯାହା ପରେ ମଧ୍ୟ ଏସିଆରେ ଏହାକର ପ୍ରଭାବ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking