20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ବଡ଼ ଚେତାବନୀ ଦେଲା ଇରାନ

ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ବଡ଼ ଚେତାବନୀ ଦେଲା ଇରାନ

ଓଏନ୍‌ଏ : ଇସ୍ରାଏଲ ସହ ଟକରାଟକରି ସ୍ଥିତିରେ ଥିବା ଇରାନ ଆଜି ତା’ର ପଡ଼ୋଶୀ ଆରବ ଓ ଗଲ୍ଫରେ ଥିବା ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଖୋଲା ଧମକ ଦେଇଛି। ଯଦି ସେମାନଙ୍କ ଏୟାର ସ୍ପେଶ କିମ୍ବା ଅଞ୍ଚଳକୁ ଇରାନ ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲକୁ ବ୍ୟବହାର କରିବାକୁ ଦିଆଯାଏ, ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ଇରାନ କହିଛି।ଏନେଇ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି। ଇରାନ ତା’ର ୱାର୍ଣ୍ଣିଂକୁ ଗୁପ୍ତ ଭାବେ କୂଟନୀତିକ ଚ୍ୟାନେଲ ମାଧ୍ୟମରେ ପଡ଼ୋଶୀ ଦେଶଗୁଡ଼ିକୁ ଜଣାଇ ଦେଇଛି। ତୈଳ ଗଚ୍ଛିତ ସାଉଦି ଆରବ, ୟୁଏଇ, ଜୋର୍ଡାନ ଓ କତାର ଭଳି ରାଷ୍ଟ୍ରକୁ ଇରାନ ଏପରି ଚେତାବନୀ ଦେଇଛି।

ଏମାନେ ସମସ୍ତେ ଆମେରିକା ସହଯୋଗୀ ରାଷ୍ଟ୍ର। ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରୁଛି। ତେଣୁ ଆମେରିକା କଥାରେ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟ ଇସ୍ରାଏଲକୁ ସହଯୋଗ କରିବାର ଆଶଙ୍କା ଥିବା ଇରାନ ଭାବୁଛି। ଏଥିପାଇଁ ଇରାନ ପଡ଼ୋଶୀମାନଙ୍କୁ ସତର୍କ କରାଇଛି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ କୁହାଯାଇଛି ଯେ ଇସ୍ରାଏଲ ଓ ଇରାନ ଲଢ଼େଇ ଭିତରେ ଆରବ ଦେଶଗୁଡ଼ିକୁ ନ ଟାଣିବା ପାଇଁ ସେମାନେ ବାଇଡେନ ପ୍ରଶାସନକୁ ଜଣାଇ ଦେଇଛନ୍ତି। ଇସ୍ରାଏଲକୁ ଯଦି ସେମାନେ ଇରାନ ଉପରେ ଆକ୍ରମଣ କରିବା ପାଇଁ ଭିତ୍ତିଭୂମି କିମ୍ବା ଏୟାରସ୍ପେଶ ଯୋଗାଇ ଦେବେ, ତା’ହେଲେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି। ଗଲ୍ଫ ଦେଶଗୁଡ଼ିକ ଆଶଙ୍କା କରିଛନ୍ତି ଯେ ଇସ୍ରାଏଲ ଯଦି ସେମାନଙ୍କ ଦେଶରୁ ଇରାନ ଉପରେ ଆକ୍ରମଣ କରିବ, ତେବେ ତେହରାନ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ପଛାଇବ ନାହିଁ। ସେମାନଙ୍କ ତୈଳ ଡିପ ଗୁଡ଼ିକର ସୁରକ୍ଷା ପାରମ୍ପରିକ ଭାବେ ଆମେରିକା ହାତରେ ରହିଛି। ଏପରି ସ୍ଥିତିରେ ଆମେରିକା ଉପରେ ପ୍ରତିଶୋଧ ନେବାକୁ ଇରାନ ତୈଳ ଡିପକୁ ହିଁ ଟାର୍ଗେଟ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking