30.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶଇସ୍ରାଏଲ ଉପରେ ମିସାଇଲ ମାଡ଼ କଲା ଇରାନ, ବୋମା ଶେଲଟରରେ ଦେଶବାସୀ

ଇସ୍ରାଏଲ ଉପରେ ମିସାଇଲ ମାଡ଼ କଲା ଇରାନ, ବୋମା ଶେଲଟରରେ ଦେଶବାସୀ

ବେରୁଟ: ହିଜବୁଲ୍ଲା ବିରୋଧରେ ଇସ୍ରାଏଲ୍ ସେନା ନିଜର କାର୍ଯ୍ୟକୁ ତୀବ୍ର କରିଛି । ବର୍ତ୍ତମାନ ହିଜବୁଲ୍ଲା ପଦବୀ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହା ଲେବାନନରେ ପ୍ରବେଶ କରିଛି । ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷରେ ଭୟଙ୍କର ରୂପ ନେଇଛି । ଆଜି ଇସ୍ରାଏଲ ଉପରେ ୧୦୦ରୁ ଅଧିକ ମସାଇଲ ଓ ରକେଟ ମାଡ଼ କରିଛି ଇରାନ । ପୂରା ଇସ୍ରାଏଲରେ ଆକ୍ରମଣ ଘଣ୍ଟି ବାଜିବା ସହ ସ୍ଥିତି ବେହାଲ ହୋଇଛି । ରକେଟ ଆଟାକ ପରେ ପୂରା ଇସ୍ରାଏଲର ଲୋକ ବୋମା ଶେଲଟରକୁ ଚାଲି ଯାଇଛନ୍ତି । ଇସ୍ରାଏଲ ଆକାଶରେ ଇରାନରେ ମିସାଇଲ ଓ ରକେଟ ପ୍ରବେଶ କରିବା କ୍ଷଣି ଇସ୍ରାଏଲ ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି । ଲୋକମାନଙ୍କୁ ବୋମା ପ୍ରତିହିତ କରିପାରୁଥିବା ଆଶ୍ରୟ ସ୍ଥଳରେ ଲୁଚିବାକୁ କୁହାଯାଇଛି । ପୂରା ଦେଶରେ ଏପରି ସତର୍କ ସୂଚନା ଜାରି କରାଯାଇଛି । ସତର୍କ ସୂଚନା ପାଇବା ପରେ ଲୋକମାନେ ଜୀବନ ବିକଳରେ ବୋମା ଶେଲଟର ଭିତରେ ପଶି ଯାଇଛନ୍ତି ।

ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ କିଛି କ୍ଷଣ ପୂର୍ବରୁ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ଓ ରେକଟ ମାଡ଼ କରାଯାଇଛି । ଇସ୍ରାଏଲବାସୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଉଛି । ସମସ୍ତେ ହୋମ ଫ୍ରଣ୍ଟ କମାଣ୍ଡଙ୍କ ନିର୍ଦ୍ଦେଶକୁ ଅନୁପାଳନ କରନ୍ତୁ । କିଛି ସମୟ ପୂର୍ବରୁ ପୂରା ଦେଶର ଅନେକ ସ୍ଥାନରେ ହୋମ ଫ୍ରଣ୍ଟ କମାଣ୍ଡ ଜୀବନ ରକ୍ଷାକାରୀ ନିର୍ଦ୍ଦେଶ ଜାରି କରିଛନ୍ତି । ଇସ୍ରାଏଲବାସୀଙ୍କ ସୁରକ୍ଷା ପାଇଁ ଆଇଡିଏଫ ସବୁ କାମ କରୁଛି ଓ ଆଗକୁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ଇସ୍ରାଏଲର କହିବା କଥା ଯେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଲୋକ ବୋମା ଶେଲଟରରେ ଆଶ୍ରୟ ନେଇଛନ୍ତି । ପୂରା ଇସ୍ରାଏଲର ଭାଇ ଓ ଭଉଣୀଙ୍କ ସହ ଆମେ ରହିଛୁ । କାହାର ବି କିଛି ହେବ ନାହିଁ ଇସ୍ରାଏଲ ସରକାର ଟ୍ୱିଟ କରିଛନ୍ତି ।

ଇରାନ ସମର୍ôଥତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲା ବିରୋଧରେ ଆଜି ଇସ୍ରାଏଲ ସେନା ଲେବାନନରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି । ଏହାକୁ ନେଇ ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିଲା । ଏସବୁ ଭିତରେ ଆଜି ଇରାନ ପ୍ରଥମଥର ପାଇଁ ଇସ୍ରାଏଲ ଉପରେ ହମଲା କରିଛି । ଇରାନ ମିସାଇଲ ମାଡ଼ କରିବ ବୋଲି ପୂର୍ବରୁ ହିଁ ଆମେରିକା ସତର୍କ କରାଇ ଦେଇଥିଲା । ଏଥିସହ ଆକ୍ରମଣ କଲେ ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking