22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଇସ୍ରାଏଲକୁ ଇରାନର ଧମକ

ଇସ୍ରାଏଲକୁ ଇରାନର ଧମକ

ନୂଆଦିଲ୍ଲୀ : ଇସ୍ରାଏଲକୁ କଡା ଚେତାବନୀ ଦେଇଛି ଇରାନ। କହିଛି ଯଦି ଆକ୍ରମଣ ହୁଏତ ତେବେ ଆମେ ଛାଡିବୁନି। ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଗଚି କହିଛନ୍ତି, ଇରାନ ବିରୋଧରେ କୌଣସି ପ୍ରକାର ଇସ୍ରାଏଲୀ ଆକ୍ରମଣର ଅର୍ଥ ହେଉଛି ବିପଦର ସୀମା ପାର କରିବା ଓ ଏହାର କଡା ଜବାବ ଦିଆଯିବ। ଅରାଗଚି ତୁର୍କୀ ପ୍ରସାରକ ‘ଏନ୍‌ଟିଭି’କୁ କହିଛି ଇରାନ ଉପରେ କୌଣସି ଆକ୍ରମଣର ଅର୍ଥ ହେଉଛି ଆମର ଲାଲ ରେଖାକୁ ପାର କରିବ। ଆମେ ଏଭଳି ଆକ୍ରମଣର ନିଶ୍ଚିତ ଭାବରେ ଜବାବ୍ ଦେବୁ। ଇରାନର ପରମାଣୁ ସୁବିଧା କିମ୍ବା କୌଣସି ପ୍ରକାର ଆକ୍ରମଣ ଉପରେ ପ୍ରତିକ୍ରିୟା ଦିଆଯିବ।

ସୂଚନାଯୋଗ୍ୟ, ଆମେରିକାରୁ ଲିକ୍ ହୋଇଥିବା କିଛି ଡକ୍ୟୁମେଣ୍ଟସ୍ ଅନୁସାରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଇରାନ ବୈଦେଶିକ ମନ୍ତ୍ରୀ ଅରାଗଚି ଏହି ସମୟରେ ଇସ୍ରାଏଲ ଉପରେ କରିଥିବା ଆକ୍ରମଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଆମେ ସେତେବେଳେ କୌଣସି ଆର୍ଥିକ କିମ୍ବା ନାଗରିକ ସୁବିଧା ଉପରେ ଆକ୍ରମଣ କରିନଥିଲା। ଆମେ କେବଳ ସାମରିକ ସୁବିଧାକୁ ଟାର୍ଗେଟ କରିଥିଲୁ। ଏବେ ଆମେ ଇସ୍ରାଏଲରେ ନିଜର ସବୁ ଲକ୍ଷ୍ୟ ଚିହ୍ନଟ କରିନେଇଛୁ। ଯଦି ଇସ୍ରାଏଲ ଆକ୍ରମଣ କରେ, ତେବେ ଆମେ ତାଙ୍କ ଆଡ୍ଡା ଉପରେ ଏଭଳି ଆକ୍ରମଣ କରିବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking