28.1 C
Bhubaneswar
Tuesday, March 25, 2025
Homeଖେଳଆଇପିଏଲ ୨୦୨୫ : କୋଲକାତାକୁ ୭ ୱିକେଟ୍‌ରେ ହରାଇଲା ବେଙ୍ଗାଲୁରୁ

ଆଇପିଏଲ ୨୦୨୫ : କୋଲକାତାକୁ ୭ ୱିକେଟ୍‌ରେ ହରାଇଲା ବେଙ୍ଗାଲୁରୁ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଆଜିଠାରୁ ଆରମ୍ଭ ହୋଇଛି ଆଇପିଏଲ ୨୦୨୫ । ଉଦଘାଟନୀ ମ୍ୟାଚରେ ହିଁ ଏହାର ରୋମାଞ୍ଚ ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ (କେକେଆର)କୁ ୭ ଓ୍ବିକେଟରେ ହରାଇ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ୧୭୫ ରନର ଲକ୍ଷ୍ୟକୁ ଦଳ ୧୬.୨ ଓଭରରେ ୧୭୭ ରନ କରି ହାସଲ କରିନେଇଥିଲା । ଆରସିବି ପକ୍ଷରୁ ଫିଲିପ ସଲ୍ଟ ୫୬ ରନ କରିଥିବାବେଳେ ବିରାଟ କୋହଲି ସର୍ବାଧିକ ୫୯ ରନ କରିଥିଲେ । ରଜତ ପଟିଦାର ୩୪ ଓ ଦେବଦତ୍ତ ପଡିକଲ୍ଲ ୧୦ ରନ କରିଥିଲେ ।

ଏହି ମ୍ୟାଚ୍‌ରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଧାର୍ଯ୍ୟ ୨୦ ଓଭରରେ କେକେଆର ୮ ୱିକେଟ ହରାଇ ୧୭୪ ରନ୍ କରିଥିଲା। ଫଳରେ ଆରସିବି ପାଇଁ ବିଜୟ ଲକ୍ଷ୍ୟ ୧୭୫ ରନ୍ ରହିଥିଲା। କେକେଆର ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୪ ରନ୍ କରିଥିବାବେଳେ ସୁନିଲ ନାରିନ୍ ୪୪ ରନ୍ କରିଥିଲେ। ସେହିପରି ଆଜିଙ୍କ୍ୟ ରାହାଣେ ୫୬ ରନ୍, ଅଙ୍ଗକ୍ରିସ୍ ରଘୁବଂଶୀ ୩୦ ରନ୍, ରିଙ୍କୁ ସିଂ ୧୨ ରନ୍ କରିଥିଲେ। ସେହିପରି ଆରସିବି ପକ୍ଷରୁ ଜୋସ୍ ହେଲଜ୍ଉଡ୍ ୨ ୱିକେଟ ନେଇଥିବାବେଳେ କୁନାଲ ପାଣ୍ଡ୍ୟା ୩ ୱିକେଟ ନେଇଥିଲେ। ୟଶ୍ ଯାଦବ, ରସିକ ଦାର ସାଲମ ଏବଂ ସୂୟାଶ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking