17.1 C
Bhubaneswar
Tuesday, December 9, 2025
Homeଖେଳଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିଲେ ରିକି ପଣ୍ଟିଂ

ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମହାନ୍ କ୍ୟାପ୍‌ଟେନ୍ ରିକି ପଣ୍ଟିଂ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରହିବେ ନାହିଁ । ରିକି ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲ୍ସ ସହ ନିଜ ଯାତ୍ରା ସମାପ୍ତ କରିଛନ୍ତି । ଆଇପିଏଲ୍ ଫ୍ରାଞ୍ଚାଇଜି ‘ଏକ୍ସ’ ହ୍ୟାଣ୍ଡଲ୍‌ରେ ଏହା ଆଧିକାରିକ ଭାବେ ସ୍ପଷ୍ଟ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପଣ୍ଟିଂଙ୍କୁ ଏହି ଯାତ୍ରା ପାଇଁ ଧନ୍ୟବାଦ ଜଣାଇଛି । ରିକି ପଣ୍ଟିଂ ଗତ ସାତ ଆଇପିଏଲ୍ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ଭୂମିକାରେ ଥିଲେ । ପଣ୍ଟିଂ ୨୦୧୮ରେ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଥିଲେ ।  ତାଙ୍କ କୋଚିଂରେ ଟିମ୍ ୨୦୨୦ରେ ପ୍ରଥମ ଥର ଫାଇନାଲ୍‌ରେ ପହଞ୍ଚିଥିଲା । ଅବଶ୍ୟ ଏହାପରେ ଟିମ୍‌ର ପ୍ରଦର୍ଶନ ସେପରି ଭଲ ନଥିଲା । ପଣ୍ଟିଂଙ୍କ କୋଚିଂରେ ଦିଲ୍ଲୀ ୨୦୧୮ ସିଜନ୍‌ରେ ସବା ତଳ ସ୍ଥାନରେ ରହିଥିଲା । ମାତ୍ର ଏହାପରେ ୨୦୧୯, ୨୦୨୦ ଏବଂ ୨୦୨୧ରେ ଦିଲ୍ଲୀ ପ୍ଲେଅଫ୍‌ରେ ପହଞ୍ଚିଥିଲା । ମାତ୍ର ଗତ ତିନିଟି ସିଜନ୍‌ରେ ଟିମ୍ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା । ୨୦୨୪ ସିଜନ୍‌ରେ ପଣ୍ଟିଂଙ୍କ କୋଚିଂ ଏବଂ ଋଷଭ ପନ୍ତ୍‌ଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଷଷ୍ଠ ସ୍ଥାନରେ ରହିଥିଲା ।
ରିକି ପଣ୍ଟିଂ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ ଭାବେ ଜଣା । ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍ ପଣ୍ଟିଂ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍ ଖେଳିଥିଲେ । ଏହାପରେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ମୁମ୍ବାଇ ଟିମ୍‌ର କୋଚ୍ ମଧ୍ୟ ଥିଲେ । ଏହି ଅବସରରେ ସେ ୨୦୧୫ରେ ଟିମ୍‌କୁ ଚାମ୍ପିଅନ୍ ମଧ୍ୟ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking