17.1 C
Bhubaneswar
Tuesday, December 9, 2025
Homeଓଡିଶାଯାଞ୍ଚ ଚାଲିଛି: ଡିଜିପି

ଯାଞ୍ଚ ଚାଲିଛି: ଡିଜିପି

ପୁରୀ: ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣା ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ସୂଚନା । ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ । ଭକ୍ତ ମୋବାଇଲରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି ତାହାର ଯାଞ୍ଚ ଚାଲିଛି । ପୁରୀ ଅଘଟଣ ନେଇ ଅନେକ ପ୍ରତ୍ୟକ୍ଷଦର୍ଶୀ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଭକ୍ତଙ୍କ ଭିଡ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲେ । ଭିଡ ଭିତରେ ଟ୍ରକ ପଶିବାରୁ ଅଘଟଣ ଘଟିଥିବା ସୂଚନା ଦେଲେ । ଚାରମାଳ ବୋଝେଇ ଟ୍ରକ ପଶିବାରୁ ଅଘଟଣ ଘଟିଛି । ଭକ୍ତଙ୍କ ଭିଡ ଭିତରେ ୨ଟି ଟ୍ରକ ପଶିଥିଲା । ଟ୍ରକ ପଶିବା ଯୋଗୁଁ ଠେଲାପେଲା ହୋଇଥିଲା । ଭିଡ ଭିତରକୁ ଟ୍ରକ ପଶିବାକୁ କିଏ ଦେଲା ଅନୁମତି ବୋଲି ପ୍ରଶ୍ନ କରିଛନ୍ତି ।

ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଘଟଣା ପାଇଁ ଶ୍ରଦ୍ଧାଳୁ ବସିବା ପାଇଁ ଯେଉଁ ପଲିଥିନ ବ୍ୟବହାର କରିଥିଲେ କାଳ ହେଲା । ଝିପି ଝିପି ବର୍ଷା ହେବାରୁ ପଲିଥିନରେ ଗୋଡ ଖସିଗଲା । ଜଣକ ପରେ ଜଣେ କଚାଡି ହୋଇ ପଡିବାରୁ ଅଘଟଣ ଘଟିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି ଯେ ଘଟଣା ସ୍ଥଳରେ କେହି ପୋଲିସ ନଥିଲେ । ଭିଡ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନଥିଲା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking