32 C
Bhubaneswar
Tuesday, May 20, 2025
Homeଓଡିଶାଧର୍ମଶାଳା ତହସିଲ ଅଞ୍ଚଳ ଅନ୍ତର୍ଗତ ରାଜସ୍ବ ସର୍କଲ ବଳରାମପୁର ୧ ଏବଂ ଡ଼ଙ୍କାରି ରାଜସ୍ବ ସର୍କଲ...

ଧର୍ମଶାଳା ତହସିଲ ଅଞ୍ଚଳ ଅନ୍ତର୍ଗତ ରାଜସ୍ବ ସର୍କଲ ବଳରାମପୁର ୧ ଏବଂ ଡ଼ଙ୍କାରି ରାଜସ୍ବ ସର୍କଲ ରେ ଥିବା କଳା ପଥର ପାହାଡ଼ ଖଣିରେ ତଦନ୍ତ

ଯାଜପୁର : ଗୁରୁବାର ଯାଜପୁର ଜିଲ୍ଲା ର:ଧର୍ମଶାଳା ତହସିଲ ଅଞ୍ଚଳ ଅନ୍ତର୍ଗତ ରାଜସ୍ବ ସର୍କଲ ବଳରାମପୁର ୧ ଏବଂ ଡଙ୍କାରି ରାଜସ୍ବ ସର୍କଲରେ ଥିବା ଲୁଣିବର ପାହାଡ଼ , ବାରମାନ ପାହାଡ଼, ବରଡ଼ା ପାହାଡ଼ ଏବଂ ରାହାଡପୂର ପାହାଡ଼ କଳା ପଥର ଖାଦାନ ଗୁଡ଼ିକ ଉପରେ ରାଜ୍ୟ ସରକାରଙ୍କ ଖଣି ବିଭାଗ ଜିଲ୍ଲା ପ୍ରଶାସନର ସହଯୋଗରେ ମିଳିତ ଚଢାଉ କରାଯାଇଥିଲା। ଲଘୁଜାତ ଖଣିଜ ସମ୍ପଦର ବେଆଇନ କାରବାର ଏବଂ କଲାପଥର ଉତ୍ତୋଳନ ଦ୍ଵାରା ଜନବସତି ଉପରେ ପ୍ରଭାବ ପକାଇବା ସହ ଗୋରୁଗାଈ ଓ ମଣିଷ ପ୍ରତି ସୁରକ୍ଷା ଓ ନିରାପତ୍ତା ର ଅଭାବ ଯୋଗୁ ଧର୍ମଶାଳା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କ୍ରମେ ନିର୍ଦ୍ଦେଶକ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶ କ୍ରମେ ଯୁଗ୍ମ ନିର୍ଦ୍ଦେଶକ, ଖଣି (ଜିଓଲୋଜି)ଶ୍ରୀ ଏନ୍ ଏନ୍ ସିଂଦେଓ, ଉପନିର୍ଦେଶକ, ଖଣି (ଜିଓଲଜୀ)ଶ୍ରୀ ଟି ବି ମୁଣ୍ଡା ଏବଂ ଖଣି ବିଭାଗ ର ଦୁଇ ଜଣ କର୍ମଚାରୀଙ୍କୁ ନେଇ ଏକ ଚାରି ଜଣିଆ ଟିମ୍ ଗତକାଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଙ୍କୁ ଭେଟି ଜିଲ୍ଲା ପ୍ରଶାସନ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ। ତଦନୁଯାଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ, ଉପନିର୍ଦେଶକ, ଖଣି,ଶ୍ରୀ ଜୟ ପ୍ରକାଶ ନାୟକ, ଯାଜପୁର ଜିଲ୍ଲା ଖଣି ଅଧିକାରୀ ଶ୍ରୀ ଝସ କେତନ ସେଠୀ,ଆଞ୍ଚଳିକ ଅଧିକାରୀ, କଳିଙ୍ଗ ନଗର, ପ୍ରଦ୍ୟୁଷଣ ନିୟନ୍ତ୍ରଣ ବିଭାଗ ଶ୍ରୀ ମହେଶ୍ୱର ବେହେରା, ଅତିରିକ୍ତ ତହସିଲଦାର, ଧର୍ମଶାଳା ଶ୍ରୀ ଭବେଶ ମାଝୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ରାଜସ୍ବ ନିରୀକ୍ଷକ, ବଳରାମପୁର ୧ ଶ୍ରୀ ଚନ୍ଦନ କୁମାର ସାହୁ, ଡଙ୍କାରି ରାଜସ୍ବ ନୀରିକ୍ଷକ ଶ୍ରୀ ମାନସ ରଞ୍ଜନ ବେଜ୍ ଧର୍ମଶାଳା ଥାନା ର ଭାର ପ୍ରାପ୍ତ ଥାନା ଅଧିକାରି ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ତଦନ୍ତ ପ୍ରକ୍ରିୟାରେ ଭାଗନେଇଥିଲେ। ଯାଞ୍ଚ କାରୀ ଦଳ ଲିଜ ନେଇଥିବା ସୀମା ତଦାରଖ, କ୍ରସର୍ ଗୁଡ଼ିକର ବୈଧ ତା ଅଛି କି ନାହିଁ , ଖାଦାନ ଚତୁର୍ପାର୍ଶ୍ୱରେ ତାରଜାଲି ବୁଲାଇବା,ଖଣି ବିଭାଗ ନିୟମାନୁସାରେ ଭୂମିରୁ 6 ମିଟର ପର୍ଯ୍ୟନ୍ତ ପଥର ଉତ୍ତୋଳନ କରିବା ଆଦି ବିସ୍ତୃତ ଭାବେ ଯାଞ୍ଚ କରିଥିଲେ। ପ୍ରକାଶ ଥାଉକୀ ଖଣି ବିଭାଗର ନିୟମାନୁସାରେ ଅଧିକ ଗର୍ତ୍ତ ହେବାଦ୍ବାରା ଭୁ ସ୍ଖଳନ ହେବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁଏହା ରାଜସ୍ବ ବିଭାଗ ଅଧିନରେ ଥିବା ବେଳେ 298 କୋଟି ଟଙ୍କା ଜୋରିମାନା ରୁଜୁ କରାଯାଇଛି। ଲୁଣିବର ୨୦୦ଫୁଟରୁ ଉର୍ଦ୍ଧ ପାହାଡ଼ର ବେଆଇନ ଭାବେ ୮୦ ରୁ ୧୦୦ମିଟର ଗର୍ତ୍ତ ହେବାର ପରିଲିକ୍ଷିତ ହୋଇଥିଲା।ଏହି ଗର୍ତ୍ତ ଫ୍ଲ୍ୟାଏ ଆଶ ଦ୍ଵାରା ପୂରଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇ ପାରିବ ବୋଲି ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଜିଓଲଜି ମତ ପ୍ରକାଶ କରିଥିଲେ। ଡଙ୍କାରୀ,ବାରମାନ, ବରଡ଼ା ର କେତୋଟି ଖାଦାନ କଳ।ପଥର ଉତ୍ତୋଳନ ପରିସୀମା ବାହାରକୁ ଯାଇଛି। ସାଇଣ୍ଟିଫିକ ଟିମ୍ ଦ୍ଵାରା ଏହା କେତେ ପରିମାଣ ଉତୋଳନ ହୋଇଛି ତାହା ଜଣାପଡ଼ିବ। ଯେଉଁମାନେ ଏହି ବେଆଇନ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୁଗ୍ମ ନିର୍ଦ୍ଦେଶକ ସୂଚନା ଦେଇଥିଲେ ମେ ୧୬ ତାରିଖରେ ଡଙ୍କାରି ପାହାଡ଼ରେ ଭୁ ସ୍ଖଳନ ଦ୍ଵାରା ୩ଟି ଜୀବନ ହାନି ହୋଇଥିବା ତାହାର ମଧ୍ୟ ତଦନ୍ତ କରାଗଲା ଏବଂ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତି ନିଆଗଲା। ସେରାୱାଲି କ୍ରସର ୬୦୦ଘନ ମିଟର କଳା ପଥର ଉତ୍ତୋଳନ ସମୟରେ ଜେସିବି ସିଜ୍ କାଯାଇଥିଲା ଏବଂ କ୍ରସର୍ ମାଲିକ ପରିମାଣର ଟ୍ରାନଜିଟ ପାସ ନ ଦେଖେଇ ପାରିବାରୁ ପୋଲିସ କୁ ହସ୍ତାନ୍ତର କରାଯାଇଥିଲା । ଡ଼ଙ୍କlରି ପାହାଡ଼ରେ ୨ଟି ମେସିନ ଦେଖାଯାଇଥିଲା ତାକୁ ମଧ୍ୟ ଖଣି ବିଭାଗ ଦ୍ଵାରା ସିଜ କରାଯାଇଛି ତାହା ମଧ୍ୟ ତଦନ୍ତ କରାଯିବ। ଏ ସମସ୍ତ ତଦନ୍ତ ପ୍ରକ୍ରିୟାରେ ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking