27.1 C
Bhubaneswar
Friday, September 27, 2024
Homeଓଡିଶାପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଅ

ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ୱର: ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଅ । ଆଜି ଜିଲ୍ଲାପାଳ ସମ୍ମିଳନୀରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ଏଥିସହ ଫିଲ୍ଡ ଭିଜିଟ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଥାନା ଓ ଶିକ୍ଷାନୁଷ୍ଠାନକୁ ଯାଆନ୍ତୁ, ବିଚୁ୍ତି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ନୂଆ ସରକାରର ନୂଆ ଅଭିମୁଖ୍ୟକୁ ନେଇ ଆମକୁ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଟ୍ରାନ୍ସଫର କରିବା ପରେ ପଛଘୁଞ୍ଚା ଦିଅନ୍ତୁନି । କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ହାତରେ କ୍ଷମତା ରହିଛି । ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ୱ । ଜିଲ୍ଲାପାଳ ହେଉଛନ୍ତି ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ । ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳଙ୍କୁ ବୁଝାଏ । ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୁଏ । ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking