19.1 C
Bhubaneswar
Friday, February 13, 2026
Homeଓଡିଶାରେଡ ଜୋନରେ କାର୍ଯ୍ୟକ୍ଷମ ହୋଇଛି ଇଣ୍ଟ୍ରା ସର୍କଲ୍ ରୋମିଂ ନେଟୱାର୍କ, ବାତ୍ୟା ସମୟରେ ବ୍ୟାଘାତ ହେବନି...

ରେଡ ଜୋନରେ କାର୍ଯ୍ୟକ୍ଷମ ହୋଇଛି ଇଣ୍ଟ୍ରା ସର୍କଲ୍ ରୋମିଂ ନେଟୱାର୍କ, ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା

ଭୁବନେଶ୍ୱର: ରେଡ ଜୋନର ୭ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ମୟୂରଭଞ୍ଜ, ଯାଜପୁର ଓ କଟକରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ମାର୍ଗଦର୍ଶନ ଏବଂ ବିଭିନ୍ନ ଟେଲେକମ ପ୍ରଦାନକାରୀ ସଂସ୍ଥା ଯଥା ବିଏସଏନଲ, ଜିଓ, ଏୟାରଟେଲ ଓ ଭୋଡାଫୋନର ସମୁଚିତ ସହଯୋଗରେ ଆଜି ସକାଳ ୮ ଘଟିକା ଠାରୁ ଇଣ୍ଟ୍ରା ସର୍କଲ୍ ରୋମିଂ କାର୍ଯ୍ୟକାରୀ କରାଯାଇଛି ବୋଲି ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି | ଏହା ଦ୍ୱାରା ଗୋଟିଏ ଟେଲିକମ କମ୍ପାନୀର ଗ୍ରାହକ ଅନ୍ୟ ଟେଲିକମ କମ୍ପାନୀର ନେଟୱାର୍କ ବ୍ୟବହାର କରିପାରୁଛନ୍ତି | ଗୋଟିଏ ଟେଲିକମ କମ୍ପାନୀର ନେଟୱାର୍କ ଡାଉନ୍ ହୋଇଗଲେ ଅନ୍ୟ ଟେଲିକମ କମ୍ପାନୀର ନେଟୱାର୍କକୁ ଜନସାଧାରଣ ବ୍ୟବହାର କରିପାରୁଛନ୍ତି | ରେଡ ଜୋନର ୭ଟି ଜିଲ୍ଲାର ଜନସାଧାରଣ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇପାରୁଛନ୍ତି | ସବୁ ଟାୱାରରେ ମୁଖ୍ୟତଃ ରେଡ ଜୋନରେ ଥିବା ଜ଼ିଲ୍ଲା ଗୁଡିକରେ ଡିଜି ସେଟ ପ୍ରସ୍ତୁତ ରଖାଯାଇଛି | ଟେଲିକମ ପ୍ରଦାନକାରୀ ସଂସ୍ଥା ମଧ୍ୟ ସେଲ ଓନ ହୁଇଲର ବ୍ୟବସ୍ଥା କରିଛନ୍ତି | କୌଣସି ସ୍ଥାନରେ ଟାୱାର ଖରାପ ହେଲେ ଟେଲିକମ କମ୍ପାନୀ ଗୁଡିକର ବୈଷୟିକ ଦଳ ତାହାର ତୁରନ୍ତ ମରାମତି କରିବା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲିକମ କମ୍ପାନୀ ଗୁଡିକର କର୍ମକର୍ତ୍ତାଙ୍କ ସହ ଲୋକ ସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଷଦ ଆଲୋଚନା ପରେ ପ୍ରକାଶ କରିଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking