37.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶଡିସେମ୍ବର ୯  ଯାଏଁ ଅମ୍ବାଲାରେ ଇଣ୍ଡରନେଟ ସେବା ବନ୍ଦ  

ଡିସେମ୍ବର ୯  ଯାଏଁ ଅମ୍ବାଲାରେ ଇଣ୍ଡରନେଟ ସେବା ବନ୍ଦ  

ନୂଆଦିଲ୍ଲୀ : ହରିଆଣାର ଅମ୍ବାଲା ଜିଲ୍ଲାର କିଛି ଅଂଶରେ ଡିସେମ୍ବର ୯ ତାରିଖ ପର‌୍ୟ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ଏବଂ ବଲ୍‌କ ବାର୍ତ୍ତା ପ୍ରେରଣରକୁ ବ୍ୟାନ୍ କରାଯାଇଛି। ଏକ ଚାଷୀ ଦଳ ମିିଶି ସମୟୁକ୍ତ କିସାନ ମୋର୍ଚା  ବ୍ୟାନ୍‌ର ଅଧୀନରେ ‘ଦିଲ୍ଲୀ ଚଲୋ’ ଯାତ୍ରା କରିବାର କିଛି କ୍ଷର ପୂର୍ବରୁ ମୋବାଇଲ୍ ଇଣ୍ଟରନେଟକୁ ବ୍ୟାନ୍ ଘୋଷଣା କରାଯାଇଛି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ଆଦେଶରେ “ଚିନ୍ତା ସହିତ ଜନସାଧାରଣ ଏବଂ ବେସରକାରୀ ସମ୍ପତ୍ତିର କ୍ଷତି ହେବାର ଆଶଙ୍କା” ଉଲ୍ଲେଖ କରାଯାଇଛି।
ମିଥ୍ୟା ଗୁଜବ ପ୍ରଚାର କରି ଇଣ୍ଟରନେଟ୍ ସେବାଗୁଡିକର ଅପବ୍ୟବହାରର ଏକ ସ୍ପଷ୍ଟ ସମ୍ଭାବନା ଅଛି, ଯାହା ଜନସାଧାରଣଙ୍କ ନିକଟରେ ପ୍ରସାରିତ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରି ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ଜିଲ୍ଲା ଅଧିକାରୀମାନେ ପାଞ୍ଚ କିମ୍ବା ଅଧିକ ଲୋକଙ୍କ ସମାବେଶକୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶ ଜାରି କରିସାରିଛନ୍ତି ଏବଂ ଉଭୟ ସରକାରୀ ତଥା ବେସରକାରୀ ବିଦ୍ୟାଳୟକୁ ଏହି ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking