32.1 C
Bhubaneswar
Saturday, September 28, 2024
Homeଆନ୍ତର୍ଜାତୀୟ ଯୋଗ ଦିବସ- 2024ଅନ୍ତର୍ଜାତୀୟ ଯୋଗ ଦିବସ : କଣ ରହିଛି ଏହାର ଲକ୍ଷ୍ୟ ?

ଅନ୍ତର୍ଜାତୀୟ ଯୋଗ ଦିବସ : କଣ ରହିଛି ଏହାର ଲକ୍ଷ୍ୟ ?

ନୂଆଦିଲ୍ଲୀ : ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ କଣ ଆସନ୍ତୁ ଜାଣିବା । ଯୋଗକୁ ସମ୍ମାନ ଦେବା ଏହି ବିଶେଷ ଦିନର ଉଦ୍ଦେଶ୍ୟ । ଶତାବ୍ଦୀ ଧରି ଭାରତରେ ଯୋଗ ଅଭ୍ୟାସ କରାଯାଇଆସୁଛି । ଚାପ ଏବଂ ଚିନ୍ତା କମାଇବା ସହିତ ଏହା ଶରୀରକୁ ମଧ୍ୟ ଆରାମ ଦେଇଥାଏ । ଅନ୍ତର୍ଜାତୀୟ ଯୋଗ ଦିବସର ଉଦ୍ଦେଶ୍ୟ ହେଉଛି ଯୋଗର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା ।ଯୋଗରେ ଭାରତୀୟ ସଂସ୍କୃତି ବିଷୟରେ ଅନେକ କିଛି ଶିଖିବାକୁ ଅଛି । ଏହା ବିଦେଶରେ ମଧ୍ୟ ବ୍ୟାପକ ଭାବରେ ପ୍ରସାରିତ ହେବାରେ ଲାଗିଛି । ସମଗ୍ର ବିଶ୍ୱରେ ଲୋକମାନେ ଯୋଗକୁ ନିଜ ଜୀବନଶୈଳାରେ ସାମିଲ କରିଛନ୍ତି । ଲୋକମାନେ ଯୋଗାସନ ମାଧ୍ୟମରେ ନିଜ ଶରୀର ଏବଂ ମାନସିକ ଭାରରୁ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସର ଉଦ୍ଦେଶ୍ୟ ହେଉଛି ବ୍ୟାୟାମ ଭାବରେ ଯୋଗ ଏବଂ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଏହାର ବ୍ୟାପକ ଜନସଚେତନତା ସୃଷ୍ଟି କରିବା । ମନୋବୈଜ୍ଞାନିକ ଏବଂ ଶାରିରୀକ କଲ୍ୟାଣ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏହି ମହତ୍ତ୍ୱକୁ ବୁଝାଇଥାଏ । ମାନସିକ ସ୍ୱଚ୍ଛତା ଏବଂ ଚାପମୁକ୍ତ ପରିବେଶରେ ଉନ୍ନତି ପାଇଁ ଆବଶ୍ୟକ ଆତ୍ମ-ସଚେତନତା ପାଇଁ ଧ୍ୟାନ କରିବାର ଅଭ୍ୟାସ ମଧ୍ୟ ଏହା ବିକାଶ କରିବାକୁ ଚେଷ୍ଟା କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking