28.1 C
Bhubaneswar
Tuesday, March 31, 2026
Homeଓଡିଶାଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାର ଦକ୍ଷତା ବିକାଶ ପ୍ରତିଷ୍ଠାନ, ତରାବୋଇ, ଜାଟନି ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ପ୍ରଦାନ ସମ୍ବନ୍ଧରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଅନୁଷ୍ଠିତ ହୋଇଯାଇ ଅଛି। ଏହି କାର୍ଯ୍ୟକ୍ରମ ଅବସର ରେ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଏହା ସହିତ ଜିଲ୍ଲା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ,ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡା,DIPRO ଶ୍ରୀମତି ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟାୟକଙ୍କ, ଖୋର୍ଦ୍ଧ ତହସିଲଦାର, ଜଟଣୀ ବିଡ଼ିଓ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ କାର୍ଯ୍ୟ କ୍ରମ ରେ ସୁଭଦ୍ରା ଯୋଜନା ସମ୍ପର୍କରେ ଉପସ୍ଥିତ ସମସ୍ତ ଙ୍କୁ ଅବଗତ କରାଇ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ସୁଭଦ୍ରା ହିତାଧିକାରୀ ଙ୍କ ସମ୍ପର୍କ ରେ ସମ୍ପୁର୍ଣ୍ଣ ପରିସଂଖ୍ୟାନ ପ୍ରଦାନ କରିବା ସହ ମହିଳା ସଶକ୍ତି କରଣ ଏବଂ ମହିଳା ମାନଙ୍କ ବିଭିନ୍ନ କ୍ଷେତ୍ରରେ ଯୋଗଦାନ, ଆର୍ଥିକ ଉନ୍ନତି କରଣ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିବା ସୁଭଦ୍ରାର ଦ୍ୱିତୀୟ କିସ୍ତି ପ୍ରଦାନର ଲାଇଭ୍ ଷ୍ଟ୍ରିମିଂ କରାଯାଇ ମହିଳା ମାନଙ୍କୁ ଆତ୍ମ ନିର୍ଭର କରିବା ନିମନ୍ତେ ପ୍ରେରିତ କରାଗଲା । ଏହା ସହିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଥିବା ରଚନା, ଚିତ୍ରାଙ୍କନ ରେ ଭାଗନେଇ ବିଭିନ୍ନ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ତତ୍ ସହିତ ସଙ୍ଗୀତ ଓ ରଙ୍ଗୋଲି ରେ ଅଙ୍ଗନୱାଡି କର୍ମୀ ମାନ ଙ୍କୁ ପୁରସ୍କୃତ କରାଯାଇଥିଲା। ତତ୍ ସହିତ ଜିଲ୍ଲା ର ଶ୍ରେଷ୍ଠ CDPO, Supervisor,AWW,AWH ମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ସାମଜ କଲ୍ୟାଣ ଅଧିକାରୀ ଶ୍ରୀମତି ସୁଷମା ମହାନ୍ତି ପରିଚଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking