18.1 C
Bhubaneswar
Wednesday, February 4, 2026
Homeଓଡିଶାସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ

ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌), ଆପ୍ଳାଏଡ୍ ଜୁଲୋଜିଷ୍ଟସ୍ ରିସର୍ଚ୍ଚ ଆସୋସିଏସନ୍ (ଆଜରା) ଏବଂ ଇଂଟରନ୍ୟାସ୍‌୍‌ନାଲ ରାଇସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ଆଇଆର୍‌ଆର୍‌ଆଇ), ଫିଲିଫାଇନ୍ସ ର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ -୪ ପରିସରରେ ତିନି ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ୧୯ତମ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ ହୋଇଯାଇଛି । ଏହି ତ୍ରିିବିସୀୟ ସମ୍ମିଳନୀରେ ଆର୍ନ୍ତଜାତିକ ଓ ଜାତୀୟ ସ୍ତରର ଦେଶ ତଥା ବିଦେଶରୁ ୨୫୦ଜଣ ଗବେଷକ, ଯୁବ ଗବେଷକ ଓ ବୈଜ୍ଞାନିକ ମାନେ ଯୋଗ ଦେଇଛନ୍ତି । ଏହି ଉଦ୍‌ଘାଟନୀ ସମ୍ମିଳନୀରେ ‘ଆଜରା -୨୦୨୫’ ନାମିତ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି ।

ଜଳବାୟୁ ପରିବର୍ତନ ପ୍ରାଣୀ, ଜୈବ,ଖାଦ୍ୟ ସୁରକ୍ଷା ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ଏହା କିପରି ପ୍ରଭାବ ପକାଉଛି ତାହା ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।ଏହି ଉଦ୍‌ଘାଟନୀ ଉତ୍ସବରେ ପ୍ରସିଦ୍ଧ ବୈଜ୍ଞାନିକ ତଥା ‘ଆଜରା’ର ସଭାପତି ଡକ୍ଟର ଡି.ଏସ୍ ଜୟସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ, ଯୁବ ଗବେଷକ ଓ ଗବେଷକଙ୍କୁ ଉତ୍ସାହିତ କରିଥିଲେ । ବର୍ତମାନ ସମୟରେ ବିଶ୍ୱ ତଥା ଦେଶରେ ଜଳବାୟୁ ପରିବର୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ମୁଣ୍ଡ ଟେକିଥିବା ବେଳେ ଏହାକୁ କିପରି ରୋକାଯାଇପାରିବ ସେ ସମ୍ପର୍କିତ ବିଭିନ୍ନ ତଥ୍ୟ ଆଧାରିତ ବୈଜ୍ଞାନିକ ଦିଗ ସଂପର୍କରେ ସେ ମତ ରଖିଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଗବେଷକ ଓ ଯୁବ ଗବେଷକ ମାନଙ୍କୁ ଉତ୍ସାହିତ କରିବା ସହିତ ବର୍ତମାନ ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ କିପରି ସମସ୍ୟା ଭାବେ ପ୍ରଭାବ ବିସ୍ତାର କରୁଛି ତଥା ସାରା ବିଶ୍ୱର ହାରାହାରି ତାପମାତ୍ରାକୁ କିଭଳି ଭାବରେ ପ୍ରଭାବିତ କରୁଛି ସେ ନେଇ ବକ୍ତବ୍ୟ ରଖିଥିଲେ ।

କେବଳ ସେତିକି ନୁହେଁ ବୃଷ୍ଟିପାତରେ ଅନିୟମିତତା ଯୋଗୁଁ କୃଷି ଜଗତ, ପ୍ରାଣୀ ଜଗତ ଓ ମନୁଷ୍ୟ ଜଗତ ମଧ୍ୟ ପ୍ରଭାବିତ ହେଉଛି । ଏହା ଫଳରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଏହାକୁ କିପରି ରୋକାଯାଇପାରିବ ଓ ଏହା ପାଇଁ କି କି ପଦକ୍ଷେପ ନିଆଯାଇପାରିବ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ନନ୍ଦ କହିଥିଲେ । ଏଭଳି ସମ୍ମିଳନୀ ଦ୍ୱାରା ଛାତ୍ରଛାତ୍ରୀ ତଥା ଗବେଷକ ମାନେ ବେଶ୍ ଉପକୃତ ହେବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇଏଏସ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଇଣ୍ଡିଆନ କାଉନସିଲ୍ ଫର ଏଗ୍ରିକଲଚରାଲ ରସିର୍ଚ୍ଚ ( ଆଇସିଏଆର) ର ପ୍ରାକ୍ତନ ଉପନିର୍ଦ୍ଦେଶକ ( ହର୍ଟିକଲଚର) ଡକ୍ଟର ଏନ୍‌. କେ. କୃଷ୍ଣକୁମାର ଓ ଅନ୍ୟତମ ବିଶେଷଜ୍ଞ ଡ. ଆର୍‌. ସି. ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଜରା ସମ୍ମିଳନୀର ଯୁଗ୍ମ ସଂଯୋଜକ ଡକ୍ଟର ଲଡୁ କିଶୋର ରଥ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହାର ମୁଖ୍ୟ ସଂଯୋଜକ ଡକ୍ଟର ସନ୍ତୋଷ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଆଇଏଏସ୍ ତଥା ଏହି ସମ୍ମିଳନୀର ଯୁଗ୍ମ ସଂଯୋଜକ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀର କାର୍ଯ୍ୟକ୍ରମ ମଧ୍ୟରେ ବୈଜ୍ଞାନିକ ଆଲୋଚନା, ପ୍ରଦର୍ଶନୀ , ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ଷେତ୍ର ପରିଦର୍ଶନ ଅନ୍ତଭୁର୍କ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking