ଯାଜପୁର: ଯାଜପୁରଜିଲ୍ଲାର ବ୍ୟାସନଗର କଲେଜ ପଡିଆ ଖେଳ ପଡ଼ିଆଠାରେ ଚାଲୁଥିବା ଆନ୍ତଃ ଉଚ୍ଚ ମାଧ୍ୟମିକ କେଇକେଟଟୁର୍ନାମେଣ୍ଟର ଆଜିର ଖେଳ ବ୍ୟାସନଗର ଓ ସୋମନାଥ ସାଇନ୍ସ ଉଚ୍ଚ ମାଧ୍ୟମିକ ସ୍କୁଲ, ଗଞ୍ଜାମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଟସରେ ବିଜୟୀ ହୋଇ ବ୍ୟାସନଗର ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତି ନେଇଥିଲେ l ସୋମନାଥ ସାଇନ୍ସ ଉଚ୍ଚ ମାଧ୍ୟମିକ ସ୍କୁଲ ୧୪.୧ ଓଭରରେ ୮୧ ରନରେ ସମସ୍ତ ଉଇକେଟ ହରାଇଥିଲେ l ଦଳ ତରଫରୁ ରୁଦ୍ର ଗୌଡ଼ ୧୭ରନ କରିଥିଲେ l ବ୍ୟାସନଗରର ଅନିକେତ ଧୀର ୪ଉଇକେଟ ନେଇଥିଲେ l ଏହାର ଜବାବରେ ବ୍ୟାସନଗର ୧୪.୨ ଓଭରରେ ବିନା କୌଣସି ଉଇକେଟରେ ୮୨ରନ କରି ବିଜୟୀ ହୋଇଥିଲେ l ଦଳ ତରଫରୁ ଅନିକେତ ଧୀର ୩୬ରନ ଓ ଶୁଭମ ସିଂ ୩୨ରନ କରି ନଟ ଆଉଟ ଥିଲେ l ତେଜ ହୋଣ୍ଡା ତରଫରୁ ଅନିକେତ ଧୀରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା lଆଜିର ଖେଳରେ କଲେଜ ଅଧ୍ୟକ୍ଷ ଶରତ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶଶିକାନ୍ତ ଲେଙ୍କା, ମନୋଜ ଦଣ୍ଡପାଠ, ସାଲକୋ ମାରାଣ୍ଡି, ବିଦ୍ୟାଧର ରାଉତ, ଅଜୟ ଦାସ, ଦାମୋଦର ରାଉତ, ଶରତ ଜେନା, କଳ୍ପତରୁ ପରିଡ଼ା, ସ୍ମୃତିରଞ୍ଜନ ରାଉତ ଉପସ୍ଥିତ ଥିଲେ l ଆଜିର ଖେଳାକୁ ପବିତ୍ର ମଲ୍ଲିକ, ପ୍ରଦୀପ କୁମାର ମଲ୍ଲିକ, ବି.ମହେନ୍ ସହ ପରିଚାଳନା କରିଥିଲେ l










