28.1 C
Bhubaneswar
Wednesday, June 18, 2025
Homeଓଡିଶାପ୍ରଚଣ୍ଡ ଖରା: ଜୁନ ୭ ପରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ

ପ୍ରଚଣ୍ଡ ଖରା: ଜୁନ ୭ ପରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ପ୍ରଚଣ୍ଡ ଖରା ସମ୍ଭାବନା । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢିବା ସହ ଗରମ ଗୁଳୁଗୁଳି, ଝାଞ୍ଜି ପବନ ବହିପାରେ । ଏହି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଜୁନ ୭ ପରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ । ଆସନ୍ତା ୧୦ରୁ ୧୨ ତାରିଖ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ରହିପାରେ ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼ ଓ ଅନୁଗୁଳରେ ପ୍ରବଳ ଖରା ସମ୍ଭାବନା । ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶା କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର ଅଞ୍ଚଳର କିଛି କିଛି ସ୍ଥାନ ମାନଙ୍କରେ ତାପମାତ୍ରା ବୃଦ୍ଧି ପାଇବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ତେବେ ଜୁନ ୧୭ ତାରିଖ ପରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking