19.1 C
Bhubaneswar
Tuesday, February 3, 2026
Homeଓଡିଶାନଭେମ୍ବର ଶେଷ ସୁଦ୍ଧା ଆଳୁ ବିହନ ଯୋଗାଣ ପାଇଁ ନିର୍ଦ୍ଦେଶ

ନଭେମ୍ବର ଶେଷ ସୁଦ୍ଧା ଆଳୁ ବିହନ ଯୋଗାଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ରବି ଋତୁରେ ରାଜ୍ୟର ୫୦,୦୦୦ ଏକର୍ ପାଖାପାଖି ଜମିରେ ଆଳୁ ଚାଷ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ପ୍ରାମାଣିକ ବିହନ ଆଳୁ ପଞ୍ଜାବରୁ ଅଣାଯାଇ ରାଜ୍ୟର ଚାଷୀ ମାନଙ୍କୁ କିଲୋ ପ୍ରତି ୨୦ ଟଙ୍କା ଦରରେ ବିକ୍ରି କରାଯାଉଛି ଓ ଆଳୁ ବିହନ ଜମିରେ ଲଗାଇବା ପରେ କିଲୋ ପ୍ରତି ୧୦ ଟଙ୍କା ଫେରେଇ ଦେବାର ଯୋଜନା ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୧.୦ ଲକ୍ଷ କ୍ୱିଣ୍ଟାଲ ଉନ୍ନତ ମାନର ବିହନ ଆଳୁ ୩୦ଟି ଜିଲ୍ଲାର ବିଭିନ୍ନ ବ୍ଲକରେ ବଣ୍ଟନ କରାଯାଇଛି। ନଭେମ୍ବର ମାସ ଶେଷ ଶୁଦ୍ଧା ସମସ୍ତ ଆଳୁ ବିହନ ଯୋଗାଇ ଦେବା ପାଇଁ ରାଜ୍ୟ ବିହନ ନିଗମ ଓ ଉଦ୍ୟାନ କଷି ନିର୍ଦ୍ଦେଶକଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଆଳୁ ବିହନ ପାଇବା ପରେ ବିଶୋଧନ କରି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି ଜମିରେ ଲଗେଇବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଆଳୁ ବିହନ ବିତରଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟର ବିବରଣୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ତଦାରଖ କରୁଛନ୍ତି। ତେବେ ଆଳୁ ବିହନ ଯୋଗାଣ ସମ୍ପର୍କିିତ ସମୀକ୍ଷା ବୈଠକରେ ବିହନ ଆଳୁର ଗୁଣାତ୍ମକ ମାନ ଓ ସମୟ ଅନୁଯାୟୀ ବଣ୍ଟନ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ରାଜ୍ୟରେ ଅନୁକୂଳ ଜଳବାୟୁ ଅନୁଯାୟୀ ଆଳୁ ଚାଷର ସଫଳତା ନିଶ୍ଚିତ ବୋଲି ଅନୁମାନ କରାଯାଉଛି। ବିହନ ଆଳୁର ବିତରଣ ସମ୍ବନ୍ଧରେ ଆଜି କୃଷି ଭବନରେ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦ୍‌ଯାନ କୃଷି ନିର୍ଦ୍ଦେଶକ ଗୋରଖ୍ କାଲୁଂଗେ, ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିହନ ନିଗମ ନିତି ରଞ୍ଜନ ସେନ ଓ କୃଷି ଓ ଉଦ୍ୟାନ କୃଷି ଅଧିକାରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking