ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ ଡାଉନ୍। ମେଟାର ଫଟୋ ଶେୟାରିଂ ଆପ୍ ଇନଷ୍ଟାଗ୍ରାମ ଅଚଳ ହୋଇପଡ଼ିଛି । ଭାରତ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି । ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ରୁ ଇନଷ୍ଟାଗ୍ରାମରେ ସମସ୍ୟା ଦେଖା ଦେଇଛି । ୱେବସାଇଟ୍ ବନ୍ଦକୁ ଟ୍ରାକ୍ କରୁଥିବା ସାଇଟ୍ downdetector.in ମଧ୍ୟ ଇନଷ୍ଟାଗ୍ରାମର ଡାଉନ୍ ନେଇ ସୂଚନା ଦେଇଛି ।
ଡାଉନ ଡିଟେକ୍ଟରରେ ଏପର୍ଯ୍ୟନ୍ତ ପ୍ରାୟ ୫୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍ ନେଇ ଅଭିଯୋଗ କରିଛନ୍ତି । ୭୦ ପ୍ରତିଶତ ଉପଭୋକ୍ତା ଲଗ୍ଇନ୍, ୧୬ ପ୍ରତିଶତ ସର୍ଭର ଏରର୍ ଏବଂ ୧୪ ପ୍ରତିଶତ ଆପ୍ରେ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଭାରତ ସମେତ ଅନେକ ଦେଶରେ ଏହି ସମସ୍ୟା ଦେଖାଦେଇଛି । ତେବେ ଏପର୍ଯ୍ୟନ୍ତ କମ୍ପାନୀ ଏନେଇ କୌଣସି ଉତ୍ତର ରଖିନାହିଁ।