26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶତୁର୍କୀରେ ଇନଷ୍ଟାଗ୍ରାମରେ ଲାଗିଲା ପ୍ରତିବନ୍ଧକ

ତୁର୍କୀରେ ଇନଷ୍ଟାଗ୍ରାମରେ ଲାଗିଲା ପ୍ରତିବନ୍ଧକ

ଅଙ୍କାରା: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’କୁ ତୁର୍କୀ ନିଷେଧ କରିଛି । ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ସମ୍ପର୍କରେ ତୁର୍କୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଆହୁରି ମଧ୍ୟ, ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଏହି ପ୍ରତିବନ୍ଧକ କେତେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ତାହା କୁହାଯାଇ ନାହିଁ । ଅଲ ଜଜିରାର ଏକ ରିପୋର୍ଟ ଅନୁଯାୟୀ, ତୁର୍କୀ ଏହି ନିଷେଧାଦେଶର କାରଣ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦେଇନାହିଁ, କିନ୍ତୁ ଅନେକ ରିପୋର୍ଟରେ କୁହାଯାଇଛି ଯେ ତୁର୍କୀ ଇନଷ୍ଟାଗ୍ରାମରେ ହମାସ ନେତା ଇସମାଇଲ ହାନିୟେଙ୍କ ହତ୍ୟା ପରେ ସମ୍ପୃକ୍ତ କଣ୍ଟେଣ୍ଟକୁ ହଟାଇବା ପାଇଁ ଇନଷ୍ଟାଗ୍ରାମକୁ ବ୍ଲକ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ୨.୮.୨୪ ତାରିଖର ନିଷ୍ପତ୍ତି ଅନୁଯାୟୀ ବିନା କାରଣରେ ଇନଷ୍ଟାଗ୍ରାମ ଡଟ କମ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି କୁହାଯାଇଛି । ଏହାପୂର୍ବରୁ ବୁଧବାର ତୁର୍କୀର ଯୋଗାଯୋଗ ନିର୍ଦ୍ଦେଶକ ଫାରେଟିନ ଅଲ୍ଟୁନ ଇନଷ୍ଟାଗ୍ରାମରେ ହମାସ ମୁଖ୍ୟ ଇସମାଇଲ ହାନିୟେଙ୍କ ମୃତ୍ୟୁକୁ ନେଇ ସମବେଦନା ପୋଷ୍ଟ ଅବରୋଧ କରିଥିବା ଅଭିଯୋଗ କରିଛନ୍ତି । ଅଲତୁନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ମୁଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର କଡା ନିନ୍ଦା କରୁଛି । ବିନା କୌଣସି କାରଣ ନ ଦର୍ଶାଇ ହାନିୟେଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ଶୋକ ବାର୍ତ୍ତା ପୋଷ୍ଟ କରିବାକୁ ପ୍ରତିବନ୍ଧକ ଲଗାଇଛି । ଏହା ସେନସରଶିପର ଏକ ବଡ ସ୍ପଷ୍ଟ ପ୍ରାୟାସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking