15.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା; ମୁହାଁମୁହିଁ ଇସ୍ରାଏଲ-ଲେବାନନ

ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା; ମୁହାଁମୁହିଁ ଇସ୍ରାଏଲ-ଲେବାନନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା। ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ ଏବଂ ଲେବାନନ। ଇସ୍ରାଏଲ ଉପରେ ଘନ ଘନ ମିସାଇଲ ଏବଂ ରକେଟ୍ ମାଡ କଲା ଲେବାନନ୍। ପ୍ରାୟ ୫୦ଟି ରକେଟ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରକେଟ୍ ମାଡ ପରେ ଇସ୍ରାଏଲର ଆଇରନ୍ ହୋମ୍ ଡିଫେନ୍ସ ସିଷ୍ଟମ୍ ସକ୍ରିୟ ହୋଇଥିଲା। ମିସାଇଲକୁ ପ୍ରତିହତ କରିଥିଲା ଏୟାର ଡିାଫନ୍ସ ସିଷ୍ଟମ। ତେବେ ରକେଟ୍ ମାଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

ସେପଟେ ଏହି ଘଟଣା ପରେ ନିଜ ଦେଶର ନାଗରିକଙ୍କୁ ଲେବାନନ ଛାଡିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର୍ୟ ଆଡଭାଇଜରୀ ଜାରି କରିଛନ୍ତି। ବେରତରେ ହିଜବୁଲ୍ଲାହ କମାଣ୍ଡରଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ଟେନସନ୍ ବଢିଛି। ହେଜବୋଲ୍ଲା ଆତଙ୍କବାଦୀମାନେ ଇସ୍ରାଏଲର ଗୁରୁତ୍ବପୂର୍ଣ୍ଣ ସହର ଉପରେ ଆକ୍ରମଣ କରିବେ ବୋଲି ଇରାନ ପକ୍ଷରୁ ଧମକ ଦିଆଯାଇଛି। ଅପରପକ୍ଷରେ ଲେବାନନରେ ଥିବା ହେଜବୋଲ୍ଲା ସଂଗଠନ ମଧ୍ୟ ଆକ୍ରମଣରେ ସାମିଲ ହେବାକୁ ପ୍ରସ୍ତୁତି ଚଳାଇଛି। ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇଥିବା ଜଣାପଡିଛି। କେବଳ ସାମରିକ ପ୍ରତିଷ୍ଠାନ ନୁହେଁ, ଇସ୍ରାଏଲର ଜନବସତି ଉପରେ ଆକ୍ରମଣ କରାଯିବ ବୋଲି ଇରାନ ଧମକ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking