19.1 C
Bhubaneswar
Monday, December 8, 2025
Homeଓଡିଶାଦଳିତ ନିର୍ଯାତନା ପାଇଁ ସମ୍ବେଦନହୀନ ବିଜେପି ସରକାର ଦାୟୀ: ବିଜେଡି

ଦଳିତ ନିର୍ଯାତନା ପାଇଁ ସମ୍ବେଦନହୀନ ବିଜେପି ସରକାର ଦାୟୀ: ବିଜେଡି

ଭୁବନେଶ୍ୱର: ଗତ ରବିବାର ଦିନ ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ମିଥ୍ୟା ଗୋ-ଚାଲାଣ ଅଭିଯୋଗରେ ୨ ଜଣ ଦଳିତଙ୍କୁ ଅର୍ଦ୍ଧ ଉଲଗ୍ନ କରି ନାଳ ପାଣି ପିଆଇବା ସହ ରାସ୍ତାରେ ଆଣ୍ଠେଇ ଅକଥନୀୟ ନିର୍ଯାତନା ଭଳି ହୃଦୟ ବିଦାରକ ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି । ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଏହି ବର୍ବରକାଣ୍ଡ ଓଡ଼ିଶାକୁ ଦେଶରେ ବଦନାମ କରିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବାର ଏହା ଏକ ନଗ୍ନ ନମୂନା ।
ରାଜ୍ୟର ସମ୍ବେଦନହୀନ ନେତୃତ୍ୱ ପ୍ରତ୍ୟେକ ଦିନ ଏଭଳି ଅଘଟଣକୁ ଅଣଦେଖା କରିବା ଦ୍ୱାରା ପ୍ରଶାସନିକ କଳ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଛି । ଖାରିଗୁମ୍ମା ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ତୁରନ୍ତ ପଦକ୍ଷେପ ନେବାକୁ ଡ଼ ମହାନ୍ତି ଦାବି କରିଛନ୍ତି । ଏହିଭଳି ଘଟଣା ପାଇଁ ଦିନକୁ ଦିନ ଓଡ଼ିଶାର ମାନ ସମ୍ମାନ ନିମ୍ନଗାମୀ ହେବାରେ ଲାଗିଛି । ଓଡ଼ିଆ ଅସ୍ମିତା ପ୍ରତ୍ୟେକ ଦିନ ଭୃଲୁଣ୍ଠିତ ହେଉଛି । ସରକାର ଯଦି ସକ୍ରିୟ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଡ଼ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking