18.1 C
Bhubaneswar
Saturday, December 20, 2025
Homeଓଡିଶାଗୋ- ମାଫିଆଙ୍କ ଆକ୍ରମଣର ଶିକାର ହେଲେ ନିରୀହ ଚାଷୀ

ଗୋ- ମାଫିଆଙ୍କ ଆକ୍ରମଣର ଶିକାର ହେଲେ ନିରୀହ ଚାଷୀ

ମୟୂରଭଞ୍ଜ:ସୀମାନ୍ତ ଅଞ୍ଚଳରେ ଦିନକୁଦିନ ବେଆଇନ ଗୋ ଚାଲାଣ ବଢୁଥିବା ବେଳେ ସକ୍ରିୟ ହେଉଛନ୍ତି ଗୋ ମାଫିଆ ଏବଂ ବିଭିନ୍ନ ସମୟରେ ଗୋ ମାଫିଆର ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା । ଆଉ ଏଭଳି ବେଆଇନ ଗୋ ଚାଲାଣ ପ୍ରାୟତଃ ଥାନା ସମ୍ମୁଖ ରାସ୍ତାରେ ହେଉଛି ହେଲେ ଜାଣି ପାରୁନି ପୋଲିସ ବୋଲି ସ୍ଥାନୀୟ ଲୋକମାନେ ତାଛଲ୍ୟପୂର୍ଣ୍ଣ ଆଲୋଚନା କରୁଥିବା ଲକ୍ଷ୍ୟ କରାଯାଉଛି। ତେବେ ଜାଣି ଅଜଣା ରହିବା ଯେତିକି ରହସ୍ୟଜନକ ତାଠାରୁ ଅଧିକ ରୋମାଞ୍ଚକର । କାରଣ ସ୍ଥାନୀୟ ଜନୈକ ବିଶିଷ୍ଟ ବେଆଇନ ଗୋ ବ୍ୟବସାୟୀ ପୋଡଶି ରାଜ୍ୟ ପଶ୍ଚିମବଙ୍ଗକୁ ସୁରକ୍ଷିତ ଚାଲାଣର ଠିକା ନେଇ ବେଆଇନ ଭାବେ ଚୋରା ଚାଲାଣ କରାଇ ମୋଟା ଅଙ୍କର ଟଙ୍କା ରୋଜଗାର କରି କିଛି ମାସିକିଆ ଦେଇ ଗାନ୍ଧୀଙ୍କର ତିନି ମାଙ୍କଡ ସଜାଇ ଦେଇଥିବା ଭଳି ଅଭିଯୋଗ ବେଶ ଚର୍ଚ୍ଚିତ ଘଟଣା ପାଲଟିଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଏକ ବିବାଦୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ସାନ ଢେଙ୍କିଆ ଗ୍ରାମରେ। ସାନଢେଙ୍କିଆ ଗ୍ରାମର କାଳୀଚରଣ ହାଁସଦା ଗତକାଲି ଗୋରୁ ଚରାଉଥିବା ସମୟରେ ସାତଜଣ ଗୋମାଫିଆ ମୁସଲିମ ସମ୍ପ୍ରଦାୟର ଜୋର ଜବରଦସ୍ତ କାଳୀଚରଣଙ୍କ ଦୁଇଟି ନାଲି ରଙ୍ଗର ବଳଦ ବାନ୍ଧି ନେଉଥିଲେ, କାଳୀଚରଣ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ଭୁଜାଲି ଓ ବନ୍ଧୁକ ଭଳି ମାରଣାସ୍ତ୍ର ଦେଖେଇ ଭୟଭୀତ କରି ବହୁତ ବିଧା ଗୁଇଁଠା ମାରି ଅଚେତ କରି ତଳେ ପକାଇ ବଳଦ ଦୁଇଟି ନେଇଗଲେ। ଚେତା ଫେରିଲା ପରେ ଦେଖିଲେ ବଳଦ ଦୁଇଟି ଗୋ ମାଫିଆ ନେଇ ପଳାଇ ଥିଲେ। କାଳୀଚରଣ ଦେହର ବିଭିନ୍ନ ଜାଗାରେ ମାଡ଼ର ଆଘାତରେ ଯନ୍ତ୍ରଣା ହେବାସହ ଫୁଲିଯାଇଛି। ଯନ୍ତ୍ରଣା ଜର୍ଜରିତ କାଳୀଚରଣ ପ୍ରଥମେ କୋଷ୍ଠା ଡାକ୍ତରଖାନାରେ ଚିକିତ୍ସିତ ହୋଇ ପରେ ଏନେଇ ଶୁଳିଆପଦା ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ଏବାବାଦରେ ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା ଶୀଘ୍ର ତଦନ୍ତ କରି କାଳୀଚରଣଙ୍କୁ ନ୍ୟାୟ ପ୍ରଦାନ କରିବେବୋଲି ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି ଘଟଣାରେ ସଂପୃକ୍ତଙ୍କୁ ଧରିବାରେ ସଫଳ ହେଉଛି ନା ତଦନ୍ତ ଆଳରେ ଦିନ ଗଡ଼ାଇ ଆତ୍ମରକ୍ଷା କରୁଛି ପୋଲିସ ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking