ବଲାଙ୍ଗୀର: ବଲାଙ୍ଗୀର – ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡିଥିବା ଶୁକ୍ରବାର ଦେଖାଦେଇଛି । ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ ପରିବାର ଲୋକେ ଆସି ଚିହ୍ନଟ କରିଛନ୍ତି । ମୃତ ଯୁବତୀ ଜଣଙ୍କ ପ୍ରୀତି ସାହୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ଜିଆରପିଏଫ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯୁବତୀଙ୍କ ମୃତଦେହକୁ ରେଳ ଲାଇନରୁ ଉଦ୍ଧାର କରାଯାଇଛି । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୋଷ୍ଟମର୍ଟମ କରିବାକୁ ନିଆଯିବ ବୋଲି ଜଣାପଡିଛି । ତେବେ ଯୁବତୀଙ୍କୁ କେହି ମାରି ଟ୍ରାକରେ ଫିଙ୍ଗି ଦେଇଛନ୍ତି ନା, ନିଜେ ଆତ୍ମହତ୍ୟା କରିଛନ୍ତି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।










