ଢେଙ୍କାନାଳ : କଲେଜ ଛାତ୍ରୀଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ। ଢେଙ୍କାନାଳ କାମାକ୍ଷାନଗର ଥାନା ଅଂଚଳରୁ କଲେଜ ଛାତ୍ରୀଙ୍କ ମୃତଦେହ ଠାବ ହୋଇଛି। ମୃତ ଛାତ୍ରୀ ଜଣକ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରୀ ବୋଲି ଜଣାପଡିଛି।ପାରିପାର୍ଶ୍ଵିକ ସ୍ଥିତିରୁ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ନେଇ ସନ୍ଦେହ କରାଯାଉଛି। ଅଜା ଘରେ ରହି ପଢୁଥିଲେ ସମ୍ପୃକ୍ତ ଛାତ୍ରୀ। ଗତକାଲି କଲେଜରେ ପରୀକ୍ଷା ଦେବାପରେ ଆଉ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଜି ସକାଳୁ ମୃତଦେହ ନିକଟ ଜଙ୍ଗଲରେ ଉଦ୍ଧାର କରିଥିଲେ। ଛାତ୍ରୀଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।










