36.1 C
Bhubaneswar
Thursday, April 24, 2025
Homeଓଡିଶାଉଦ୍ୟୋଗଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ

ଉଦ୍ୟୋଗଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ

ଭୁବନେଶ୍ୱର : ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି)ର ନିୟାମକ ଅନୁପାଳନ ପୋର୍ଟାଲ (ଆରସିପି) ମଧ୍ୟରେ ନୂତନ ଭାବେ ବିକଶିତ ନିୟନ୍ତ୍ରଣ ମଡ୍ୟୁଲରେ ଥିବା ଅନୁପାଳନ ହ୍ରାସ ଏବଂ ନିୟନ୍ତ୍ରଣ ପରିଚାଳନା ( କମ୍ପ୍ଲିଆନ୍ସ ରିଡକ୍ସନ ଏବଂ ଡିରେଗୁଲେସନ) ସୂଚନାପ୍ରଣାଳୀ (ଏମଆଇଏସ)ସଂପର୍କିତ ଏକ ପରାମର୍ଶ ଅଧିବେଶନ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ଶାସନ ସଚିବମାନଙ୍କ ସହିତ କେନ୍ଦ୍ର ସରକାରଙ୍କ ସଚିବ (ସମନ୍ୱୟ)ଶ୍ରୀମତୀ ବନ୍ଦନା ଗୁର ନାନିଙ୍କ ଅଧ୍ୟକ୍ଷତାରେ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବସାୟ ଏବଂ ଶିଳ୍ପୋଦ୍ୟୋଗ କ୍ଷେତ୍ରରେ ମାତ୍ରାଧିକ ସରକାରୀ ନିୟନ୍ତ୍ରଣକୁ ହ୍ରାସ କରିବା, ନିୟନ୍ତ୍ରଣ, ତଦାରଖ ଏବଂ ମୂଲ୍ୟାଙ୍କନକୁ ସୁବ୍ୟବସ୍ଥିତ କରିବା, ଯାହା ଫଳରେ ଶିଳ୍ପ ଉଦ୍ୟୋଗୀ, ବ୍ୟବସାୟ ବାଣିଜ୍ୟ ଅଧିକ ସହଜ ହେବା ସହିତ ନବ ସୃଜନ ଦ୍ୱାରା ଦୃତ ଆର୍ଥିକ ବିକାଶ ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରୁ ଯୋଗ ଦେଇଥିଲେ। ଶିଳ୍ପ ବିଭାଗ ଏହି ନିୟନ୍ତ୍ରଣ ପରିଚାଳନା ପାଇଁ ନୋଡାଲ ବିଭାଗ ହୋଇଥିବା ବେଳେ ଏହି ବିଭାଗ ଏବଂ ଇପିକଲର ଅଧିକାରୀମାନେ ଉନ୍ନୟନ କମିଶନରଙ୍କୁ ନିୟନ୍ତ୍ରଣ ମଡ୍ୟୁଲରେ ଥିବା ଡକେଟ(କମ୍ପ୍ୟୁଟରୀକୃତ ପରିଚାଳନା ବ୍ୟବସ୍ଥା)ରେ ରାଜ୍ୟର ଚିହ୍ନଟ ହୋଇଥିବା ୨୩ଟି ପ୍ରାଥମିକତା କ୍ଷେତ୍ର ଅନୁଯାୟୀ ବିଭାଗ ଭିତ୍ତିକ ପଦକ୍ଷେପ ସମ୍ପର୍କରେ ବ୍ୟବସ୍ଥା ଗତ ନିୟନ୍ତ୍ରଣ ଉପରେ ହୋଇଥିବା ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ।

ଅନୁଷ୍ଠିତ ବୈଠକରେ କ୍ୟାବିନେଟ୍ସ ଚିବାଳୟ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ତଥା ନ୍ୟାସନାଲଇ-ଗଭର୍ଣ୍ଣାନ୍ସ ଡିଭିଜନ(ଏନଇଜିଡି)ଦ୍ୱାରା ଡିଜାଇନ୍କ ରାଯାଇଥିବା ଏମ୍ଆଇଏସ୍-ସକ୍ଷମ ନିୟନ୍ତ୍ରଣ ପୋର୍ଟାଲର ଲାଇଭ୍ଡେମୋ ଉପସ୍ଥାପନ କରାଯାଇଥିଲା, ଯାହା କମ୍ପ୍ଲିଆନ୍ସ ରିଡକ୍ସନ ଏବଂ ଡି ରେଗୁଲେସନ ପାଇଁ ଏକ ତଦାରଖ ଏବଂ ମୂଲ୍ୟାୟନ ପ୍ଲାଟଫର୍ମ ଭାବରେ କାର୍ଯ୍ୟକରିବ ଏବଂ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ସେଲ୍ ଏବଂ ଭାରତ ସରକାରଙ୍କ କ୍ୟାବିନେଟ୍ସ ଚିବାଳୟର ଟାସ୍କଫୋର୍ସ ସଦସ୍ୟମାନଙ୍କ ମଧ୍ୟରେ ଏକ ଇଣ୍ଟରଆକ୍ଟିଭ୍ବ୍ୟବସ୍ଥା ଭାବରେ କାର୍ଯ୍ୟକରିବ। ଏଥିରେ ମୁଖ୍ୟ ଶାସନ ସଚିବ ବା ରାଜ୍ୟ ନୋଡାଲ ଅଫିସର (ଏସଏନଓ)ଙ୍କ ପାଇଁ ଡ୍ୟାସ ବୋର୍ଡ, ପ୍ରାଥମିକତା କ୍ଷେତ୍ର ଆଧାରରେ ଉପଭୋକ୍ତା ପରିଚାଳନା, ରହିଥିବା କାର୍ଯ୍ୟ ଅନୁଧ୍ୟାନ ସହ ପ୍ରାଥମିକତା କ୍ଷେତ୍ର ଭିତ୍ତିରେ କାର୍ଯ୍ୟ ଦାଖଲ, ଅପଲୋଡ୍ ଏବଂ ଅନୁମୋଦନ ବ୍ୟବସ୍ଥା, ପ୍ରତ୍ୟେକ ପ୍ରାଥମିକତା ଏବଂ ଉପ-ପ୍ରାଥମିକତା କ୍ଷେତ୍ର ପାଇଁ ସ୍ଥିତି ଟ୍ରାକିଂ, ରାଜ୍ୟ ଗୁଡିକ ଦ୍ୱାରା ସର୍ବୋତ୍ତମ ଅଭ୍ୟାସ ଅପଲୋଡ୍ ଏବଂ ବହୁ-ଉପଭୋକ୍ତା ଲଗ୍ ଇନ୍ସୃ ଷ୍ଟି ଏବଂ ପରିଚାଳନା ଅନ୍ତର୍ଭୁକ୍ତ। ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ବା ରାଜ୍ୟ ନୋଡାଲ ଅଫିସରମାନଙ୍କୁ ଏଥି ନିମନ୍ତେ ଦାୟିତ୍ୱ ପ୍ରଦାନ, ବିଭାଗୀୟ ଉପସ୍ଥାପନାକୁ ଅନୁମୋଦନ କରିବା ଏବଂ ଟାସ୍କଫୋର୍ସ ସଦସ୍ୟଙ୍କ ବିଚାର ପାଇଁ ପଠାଇବାର ଅଧିକାର ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking