29.1 C
Bhubaneswar
Sunday, October 27, 2024
Homeଓଡିଶା୧୬ ମାସର ଶିଶୁ କନ୍ୟାକୁ ଅମାନୁଷିକ ଭାବେ ମାଡ

୧୬ ମାସର ଶିଶୁ କନ୍ୟାକୁ ଅମାନୁଷିକ ଭାବେ ମାଡ

ଖୋର୍ଦ୍ଧା : ନିଜ ଛୁଆକୁ ଠାଏ ଠାଏ ମାରିବା ଶବ୍ଦ , ପୁଣି ଗାଳି ଗୁଲୋଜ, ଛୁଆର କଇଁ କଇଁ କାନ୍ଦ । । ତଥାପି ମାର ମାଡ ମାରିବା ବନ୍ଦ ହେଉନାହିଁ ।କୁଆଡେ ଗଲା ମାର ମମତା । ୧୬ ମାସର ଶିଶୁ କନ୍ୟାକୁ ଅମାନୁଷିକ ଭାବେ ମାଡ  ଘଟଣା ଏବେ ସାମ୍ନାକୁ ଆସିଛି । ଖୋର୍ଦ୍ଧା ବାଣପୁର ଥାନା ଭଗବତୀ ସାହିରେ ଏଭଳି ଲୋମ ହର୍ଷଣକାରୀ  ଘଟଣା । ଶିଶୁ କନ୍ୟାଙ୍କ ମାଡ ମାରିବା ସହ ଏହାର ଭିଡିଓ ମଧ୍ୟ ନିଜେ ଭାଇରାଲ କରିଛି  ଅଭିଯୁକ୍ତ ବନିତା ନାୟକ । ଭିଡିଓ କରି ବିଦେଶରେ ଥିବା ସ୍ୱାମୀଙ୍କୁ ପଠାଇଛନ୍ତି । ଘଟଣା ଜଣାପଡିବା ପରେ ପରିବାର ଲୋକେ ବାଣପୁର ଥାନାରେ ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ।  ଏନେଇ  ଅଭିଯୁକ୍ତ ବନିତା ନାୟକଙ୍କୁ  ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଏବଂ ଶିଶୁ କନ୍ୟାକୁ ଉଦ୍ଧାର କରୁଛି ।  ଅଭିଯୁକ୍ତ ବନିତାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀଙ୍କର ଅନ୍ୟତ୍ର ସମ୍ପର୍କ ରହିଛି । ସେହି ରାଗ ସୁଝାଇବାକୁ ଯାଇ ତାଙ୍କ ଝିଅକୁ ଏଭଳି ନିର୍ମମ ମାଡ ମାରିଛନ୍ତି ।
https://www.youtube.com/watch?v=kyvDt3iv5Jo

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking