ଲକ୍ଷ୍ନୌ: ଛେଳି ସହ ଦୁଷ୍କର୍ମ । ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଜଣେ ଯୁବକ ଛେଳି ସହ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଏଥିଯୋଗୁ ଛେଳିଟି ଗୁରୁତର ହୋଇପଡ଼ିଛି । ଲୋକମାନେ ଘଟଣା ବିଷୟରେ ଜାଣିବା ପରେ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ, କିନ୍ତୁ କିଛି ସମୟ ପରେ ସେ ଧରାପଡ଼ିଥିଲେ । ଗ୍ରାମବାସୀ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଘଟଣା ଘଟିଛି ରାମପୁରର ଶାହବାଦ ଥାନା ଅଧୀନ ଏକ ଗାଁରେ । ଗାଁର ବିଜୟ ସିଂଙ୍କ ପୋଷା ଛେଳି ସହ ପଡ଼ୋଶୀ ଶେର୍ ସିଂ ଦୁଷ୍କର୍ମ କରିଥିଲେ । ଏଥିରେ ଛେଳିଟି ରକ୍ତାକ୍ତ ଅବସ୍ଥା ହୋଇଯାଇଥିଲା । ଘଟଣା ସମୟରେ ବିଜୟଙ୍କ ସ୍ତ୍ରୀ ଘରୋଇ କାମରେ ବ୍ୟସ୍ତ ଥିଲେ । ପିଲାମାନଙ୍କ ପାଟି ଶୁଣି ସେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଛେଳିିଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ସେ ଦେଖିବାକୁ ପାଇଥିଲେ । ଅଭିଯୁକ୍ତ ସେଠାରୁ ଖସି ପଳାଇଯାଇଥିଲେ । କିନ୍ତୁ କିଛି ସମୟ ଭିତରେ ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏ ନେଇ ପୋଲିସ ମାମଲା ପଞ୍ଜିକୃତ କରି ଅଭିଯୁକ୍ତ ଶେର୍ ସିଂଙ୍କୁ ଗିରଫ କରିଛି । ଛେଳି ମାଲିକ କହିଛନ୍ତି, ଘଟଣା ତାଙ୍କ ଘରେ ହିଁ ଘଟିଛି । ଅଭିଯୁକ୍ତ ଲୁଚି ଲୁଚି ଆସିଥିଲା ଏବଂ ଛେଳିକୁ ଖୁଣ୍ଟରେ ବାନ୍ଧି ଏଭଳି କାଣ୍ଡ ଘଟାଇଥିଲା । ପିଲାମାନେ ପାଟି କରିବାରୁ ଆମେ ଘଟଣା ଜାଣିବାକୁ ପାଇଥିଲୁ ।