17.1 C
Bhubaneswar
Tuesday, December 16, 2025
Homeଓଡିଶାମହାପ୍ରଭୁଙ୍କ ଜମିରେ ଲାଗିଲା ସୂଚନା ଫଳକ

ମହାପ୍ରଭୁଙ୍କ ଜମିରେ ଲାଗିଲା ସୂଚନା ଫଳକ

ପୁରୀ : ମହାପ୍ରଭୁଙ୍କର ଜବରଦଖଲ ଜମିରେ ଲାଗିଲା  ଶ୍ରୀ ମନ୍ଦିର ପ୍ରଶାସନର ସୂଚନା ଫଳକ ।  ତାଳ ବଣିଆ ମୌଜା  ପୁରୀ ବସଷ୍ଟାଣ୍ଡ  ନିକଟ  ନେବଳ ଦାସ ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଶ୍ରୀଜଗନ୍ନାଥଙ୍କ ଜମିଙ୍କୁ କିଛି ଜବରଦଖଲ କରିଥିଲେ କିଛି ଦୁର୍ବୃତ୍ତ । ପରେ ଏଥିରେ ତାର ବାଡ଼ ଗୁଡାଇ ଫଳକ ମାରିଥିଲେ ଶ୍ରୀମନ୍ଦିର ପ୍ରଶାସନ। ଆଉ ଏଠାରେ ସୁରକ୍ଷାକର୍ମୀଙ୍କୁ ଜଗାଇଥିଲେ । ହେଲେ ଏବେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ଦେଖାଦେଇଛି । ଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ର ୬ଟି ପ୍ଲଟର ପ୍ରାୟ ୫୦ ଡେସିମିଲି ଜାଗାକୁ ତାର ବାଡ଼ ବୁଲାଇ ଜବରଦଖଲ କରାଯାଇଥିଲା । କୁମ୍ଭାରପଡ଼ା ଥାନାରେ ଏହା ବିରୋଧରେ ଏତଲା ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜବରଦଖଲ ଘଟଣାରେ ଜବରଦଖଲକାରୀଙ୍କୁ ଝଟକା ଲାଗିଥିଲା । କାରଣ ଜବରଦଖଲ ହୋଇଥିବା ଜମି ଉପରେ ଫଳକ ମାରିଥିଲା ଶ୍ରୀମନ୍ଦିର ପ୍ରଶାସନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking