28.1 C
Bhubaneswar
Thursday, September 19, 2024
Homeଓଡିଶାପଶ୍ଚିମଓଡିଶାରେ ସରକାରଙ୍କ ମିଛ ପ୍ରତିଶ୍ରୁତିକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାନ କର: ନବୀନ

ପଶ୍ଚିମଓଡିଶାରେ ସରକାରଙ୍କ ମିଛ ପ୍ରତିଶ୍ରୁତିକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାନ କର: ନବୀନ

ବରଗଡ ଓ ବୌଦ୍ଧ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ
ଭୁୁବନେଶ୍ୱର : ବରଗଡ ଓ ବୌଦ୍ଧ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ପ୍ରଥମେ ଶ୍ରୀ ପଟ୍ଟନାୟକ, ବୌଦ୍ଧ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ କିଭଳି ବିଜେଡି ସଂଗଠନକୁ ଜିଲ୍ଲାରେ ମଜଭୁତ କରାଯିବ ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ସଭାରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ ଓ ପୂର୍ବତନ ବିଧାୟକ ମହିଧର ରଣା ପ୍ରମୁଖ ବୌଦ୍ଧ ଓ କଌକ୍ଷଗ୍ଧ;ାମାଳ ନିର୍ବାଚନମଣ୍ଡଳୀ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସଭାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ, ଗତ ୨୪ ବର୍ଷରେ ଦାରିଦ୍ର‌୍ୟ ହାର ଶତକଡା ୭୦ରୁ ଖସି ଶତକଡା ୧୦ରେ ପହଞ୍ଚିଛି, ଏହା ସହ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ କ୍ଷେତ୍ରରେ ଓଡିଶା ବହୁ ଅଗ୍ରଗତି କରିଛି। ଆପଣମାନେ ସମସ୍ତେ ସାଧାରଣ ଜନତାଙ୍କ ସହିତ ରହି କାମ କରନ୍ତୁ, ମୁଁ ଆପଣମାନଙ୍କ ପଛରେ ରହିଛି।
ସେହିଭଳି ବରଗଡ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ ପ୍ରମୁଖ ଉପସ୍ଥିତ ହୋଇ ସଂଗଠନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏ ସଭାରେ ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇ କହିଥିଲେ, ଏ ସରକାର ଲୋକଙ୍କୁ ମିଛ କଥା କହି କ୍ଷମତାକୁ ଆସିଛି ଖୁବ କମ ଦିନ ଭିତରେ ଏମାନଙ୍କ ଅସଲ ଚେହେରା ପଦାରେ ପଡିବ, ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସଟି ଲାଗୁ କରିବାରୁ ବୁଣାକାର ସମାଜ ଉପରେ ଆର୍ଥୀକ ବୋଝ ବଢୁଛୁ। ତେଣୁ କେନ୍ଦ୍ର ସରକାର ତୁରନ୍ତ ଜିଏସଟି ଛାଡ କରନ୍ତୁ। ଯାହା ଦ୍ୱାରା ସେମାନେ ଲାଭବାନ ହେବେ। ଏହା ସହିତ ଆଜିର ଦିନରେ ଲୋକମାନେ ରକ୍ତ ଅଭାବରେ ମେଡିକାଲରେ ହଇରାଣ ହେଉଛନ୍ତି ଆପଣମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି। ଉଭୟ ଜିଲ୍ଲାର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀପ୍ରସାଦ ମିଶ୍ର କହିଥିଲେ, ଆଗାମୀ ଦିନରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଗଠନକୁ ସୁଦୃଢ କରିବା ସହ ବିଜେପି ସରକାରର ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking