ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବାରାମୂଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଉରିରେ ଅନୁପ୍ରବେଶ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଛି । ସୂଚନା ଥାଉକି ଆସନ୍ତା କାଲି ଜମ୍ମୁ-କାଶ୍ମୀର ପହଲଗାମ ନିକଟରେ ତୀର୍ଥଯାତ୍ରୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି । ତେବେ ସରକାରୀ ଭାବେ ଏପର୍ଯ୍ୟନ୍ତ ଏହି ମୃତ୍ୟୁ ସଂଖ୍ୟାକୁ ସ୍ପଷ୍ଟ କରାଯାଇନାହିଁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସହାୟତାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପରେ ବିଜେପି ନେତା ରବିନ୍ଦ୍ର ରୈନା କହିଛନ୍ତି କି, ଆତଙ୍କବାଦୀମାନଙ୍କୁ ଧରାଯିବ ।