ଭୁବନେଶ୍ୱର : ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯ କୋଟି ବକେୟା ବିଲ ଛାଡ କରାଯାଇଛି । ରାଜ୍ୟରେ ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ । ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଚଙ୍କା ବକେୟା ରହିଛି । ଜିନ୍ଦଲ ପାଇଁ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁରରେ ୨୪୬ କୋଟି ବକେୟା ରଖିଛନ୍ତି । ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି ଟଙ୍କା , ମାଇଥାନ ଇସ୍ପାତ ନିଗମ ଲିମିଟେଡ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି । ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଲିଖିତ ଉତ୍ତର ରଖିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବିଭାଗୀୟ ତଥ୍ୟକୁ ତର୍ଜମା କରାଯାଉ । ତେବେ ରେଗୁଲେଟାରୀ ବଡି ବକେୟା ବିଲ ଛାଡ କରିବା ପାଇଁ କିଭଳି ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।