16.1 C
Bhubaneswar
Monday, January 12, 2026
Homeଓଡିଶାପାରାଦୀପ ଓ ଭଦ୍ରକରେ IOCL ମେଗା ପ୍ରକଳ୍ପ ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ଶିଳ୍ପ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ପାରାଦୀପ ଓ ଭଦ୍ରକରେ IOCL ମେଗା ପ୍ରକଳ୍ପ ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ଶିଳ୍ପ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପାରାଦୀପ ଓ ଭଦ୍ରକରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ ବା ଆଇଓସିଓଲର ତ୍ବରିତ କାର୍ଯ୍ୟାନ୍ବୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ପ୍ରଧାନମନ୍ତ୍ରୀଙ୍କ ପୂର୍ବାଞ୍ଚଳ ବିକାଶ ସ୍ବପ୍ନ ସାକାର ଦିଗରେ ଆଇଓସିଏଲର ପାରାଦୀପରେ ଡୁଆଲ୍ ଫିଡ୍ ନାଫ୍ଥା କ୍ରାକର ପ୍ଲାଣ୍ଟ ଓ ଭଦ୍ରକରେ ୟାର୍ନ ଉତ୍ପାଦନ ପ୍ରକଳ୍ପ ବେଶ୍ ଗୁରୁତ୍ବପୂର୍ଣ୍ଣ। ତେଣୁ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟାନ୍ବୟନ ଉପରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗୁରୁତ୍ବ ଦେଇଛନ୍ତି। ପାରାଦୀପର ପେଟ୍ରୋ କେମିକାଲ କମ୍ପ୍ଲେକ୍ସରେ ଡୁଆଲ୍ ଫିଡ୍ ନାଫ୍ଥା କ୍ରାକର ପ୍ଲାଣ୍ଟ ପ୍ରତିଷ୍ଠା ହେବ। ସେହିପରି ଭଦ୍ରକର ୟାର୍ନ ଉତ୍ପାଦନ ପ୍ରକଳ୍ପ ରାଜ୍ୟର ବସ୍ତ୍ର ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ। ଉଭୟ ପ୍ରକଳ୍ପକୁ ନେଇ ଥିବା ଜମି ଅଧିଗ୍ରହଣ ସମସ୍ୟାର ଶୀଘ୍ର ସମାଧାନ ତଥା ଅନ୍ୟ ଅନୁମତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ପ୍ରକଳ୍ପ ଓଡିଶା ଅର୍ଥନୀତିକୁ ନୂଆ ଗତି ଦେବେ। ରାଜ୍ୟ ପାଇଁ ବଡ ନିବେଶ ଆଣିବା ସହ ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ତେଣୁ ଉଭୟ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକରେ ଆଇଓସିଏଲ୍, ଇଡକୋ, ଇପିକଲ, ଗ୍ରୀଡକୋ, ଓପିଟିସିଏଲ୍, ଡିସିଆଇ, ଶିଳ୍ପ, ରାଜସ୍ବ, ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking