32.1 C
Bhubaneswar
Friday, March 6, 2026
Homeଦେଶ ବିଦେଶଆଜିବି ଇଣ୍ଡିଗୋ ବିମାନ ଉଡାଣରେ ସମସ୍ୟା

ଆଜିବି ଇଣ୍ଡିଗୋ ବିମାନ ଉଡାଣରେ ସମସ୍ୟା

ନୂଆଦିଲ୍ଲୀ: ଆଜିବି ଇଣ୍ଡିଗୋ ବିମାନ ଉଡାଣରେ ସମସ୍ୟା ଦେଖାଦେଇଛି। ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଆଗରୁ କୌଣସି ସୂଚନା ନଥିବାରୁ ଯାତ୍ରୀ ଅସନ୍ତୋଷ ହୋଇଛନ୍ତି। ବିମାନବନ୍ଦରକୁ ଆସି ଫେରୁଛନ୍ତି ଯାତ୍ରୀ । କର୍ତ୍ତୃପକ୍ଷ ଟିକେଟ କ୍ୟାନସଲ କି ଟଙ୍କା ଫେରସ୍ତ କରୁନଥିବା ଅଭିଯୋଗ ହୋଇଛି। କେରଳର ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରେ ଇଣ୍ଡିଗୋର ୪ଟି ବିମାନନକୁ ବାତିଲ କରାଯାଇଛି। ଇଣ୍ଡିଗୋ କର୍ମଚାରୀଙ୍କ ଅଭାବ,ବୈଷୟିକ ସମସ୍ୟା ଯୋଗୁଁ ବାତିଲ କରାଯାଇଛି। ସେହିପରି ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ମଧ୍ୟ ସମାନ ବାଧା ଦେଖାଦେଇଛି। ଶୁକ୍ରବାର ୩୨ ଟି ବିମାନ ବାତିଲ କରାଯାଇଛି। ଏନେଇ ଯାତ୍ରୀମାନେ କ୍ରୋଧ ପ୍ରକାଶ କରିବା ସହ ଶୀଘ୍ର ସମସ୍ୟାର ସମାଧାନ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଆଜି ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋର ୨୨୫ଟି ବିମାନ  ଉଡାଣ ବାତିଲ କରାଯାଇଛି । ତିନିଦିନରେ ୧୦୦୦ରୁ ଅଧିକ ଉଡାଣ ବାଲିତ ହେଲାଣି ।ଏହି ସମୟରେ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଫେବୃଆରୀ ୧୦, ୨୦୨୬ ଯାଏଁ  ଡିଜିସିଏ ଠାରୁ  ନିର୍ଦ୍ଦିଷ୍ଟ ଏଫଡିଟିଏଲ ବ୍ୟବସ୍ଥାରୁ ଛାଡ ମାଗିଛି। ବିମାନ ଚଳାଚଳ ନିୟାମକ  ସଂସ୍ଥାକୁ ଆଶ୍ୱାସନା ଦିଆଯାଇଛି  ଯେ ସମସ୍ୟାର ସମାଧାନ ପାଇଁ ବିମାନ କମ୍ପାନୀ ଦ୍ୱାରା  ସଂଶୋଧନ ମୂଳକ  ପଦକ୍ଷେପ  ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking