ଚେନ୍ନାଇ: ଚେନ୍ନାଇରୁ ମଦୁରାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବିମାନଟି ଚେନ୍ନାଇ ଫେରିବାକୁ ପଡିଥିଲା । ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ଅଧ ଘଣ୍ଟା ଉଡାଣ ପରେ, ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟ ତ୍ରୁଟି ବିଷୟରେ ଅବଗତ ହେଲେ ଏବଂ ଚେନ୍ନାଇରେ ଅବତରଣ କରିବା ପାଇଁ ଅନୁମତି ମାଗିଥିଲେ । ସେ କହିଛନ୍ତି ଯେ ପ୍ରାୟ ୬୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହି ବିଷୟରେ ଇଣ୍ଡିଗୋ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।