ନୂଆଦିଲ୍ଲୀ : ବିିଶ୍ୱର ସୁଉଚ୍ଚ ବ୍ରିଜରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । କାଟାରାରୁ ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ ହୋଇଛି । ଆଞ୍ଜିଖାଡ ବ୍ରିଜ ଯାହା ଭାରତରେ ପ୍ରଥମ କେବୁଲଷ୍ଟ୍ରବ୍ରିଜ ଏବଂ ଚେନାବ ବ୍ରିଜ ଯାହା ବିଶ୍ୱର ଉଚ୍ଚତମ ରେଲଫ୍ୱେ ବ୍ରିଜ ଏହା ଦେଇ ଗତି କରୁଛି ବନ୍ଦେ ଭାରତ ଏକ୍ସପ୍ରେସ । କଶ୍ମୀର ଥଣ୍ଡା ପରିବେଶକୁ ନଜରରେ ରଖି ଏହି ଟ୍ରେନକୁ ଡିଜାଇନକୁ କରାଯାଇଛି । କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତ ଶେଷ କରିବା ପରେ ଆଜି ଟ୍ରାଏଲ ରନ ହୋଇଛି । ଟ୍ରେନ ଚଳାଚଳର ଶୁଭାରମ୍ଭ ଖୁବଶୀଘ୍ର ହେବ । କଶ୍ମୀରର କଠିନ ପରିସ୍ଥିତି ଓ ତୁଷାରପାତକୁ ବିଚାର କରି ଅନେକ ସ୍ୱତନ୍ତ୍ର ବୈଶିଷ୍ଠ୍ୟ ସହିତ ସଜାଯାଇଛି । -୧୦ଡିଗ୍ରୀ ସେଲସିୟରେ ବି ଏହା ଚଳାଚଳ ହେବ । ଏଥିପାଇଁ ଡ୍ରାଇଭର କୋଚରେ ଡ୍ରାଇଭର ସିଟ ଅପେକ୍ଷା ସର୍ୱାଧିକ ପୂର୍ୱଅପେକ୍ଷା ଆରାମଦାୟକ କରାଯାଇଛି । ଫ୍ୱିନ ସିଲ୍ଡ ଉପରେ କାମ କରାଯାଇଛି । ଫ୍ୱିନ ସିଲ୍ଡ ତିନୋଟି ସ୍ତରରେ କାମ କରାଯାଇଥିବା ବେଳେ ଏକ ସ୍ତର ରହିଛି ଯାହା ସବୁବେଳେ ଗ୍ଲାସକୁ ଗରମ ରଖିବ ।ଉତ୍ତାପ ହେତୁ ଏହାକୁ ଡିଫ୍ରସ କରିବାରେ ସହଜ ହେବ ।