14.1 C
Bhubaneswar
Sunday, December 7, 2025
Homeଓଡିଶାଭାରତ ଆଗରେ ୩୦୫  ରନର ବିଜୟଲକ୍ଷ୍ୟ

ଭାରତ ଆଗରେ ୩୦୫  ରନର ବିଜୟଲକ୍ଷ୍ୟ

କଟକ : ଭାରତ ଆଗରେ ୩୦୫  ରନର ବିଜୟଲକ୍ଷ୍ୟ ରଖିଛି । ୩୦୪ ରନରେ ଅଲଆଉଟ ହୋଇଛି ଇଂଲଣ୍ଡ । ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଛନ୍ତି ।  କଟକ ବାରବାଟୀରେ ଦିନିକିଆ ମ୍ୟାଚ ଇଂଲଣ୍ଡ ଭାରତ ମଧ୍ୟରେ ଚାଲିଥିବାବେଳେ ଇଂଲଣ୍ଡର ତୃତୀୟ ୱିକେଟର ପତନ ଘଟିଛି । ନିରାଶ ହୋଇ ଫେରିଲେ ହ୍ୟାରି ବ୍ରୁକ୍ । ହ୍ୟାରି ବ୍ରୁକ୍ ୩୧ ରନ କରି ଆଉଟ ହୋଇଥିଲେ । ତାଙ୍କୁ ଶୁଭମନ ଗିଲଙ୍କ ହାତରେ ହର୍ଷିତ ରାଣା କ୍ୟାଚ୍ ଆଉଟ୍ କରିଥିଲେ । କଟକ ବାରବାଟୀରେ ଦିନିକିଆ ମ୍ୟାଚ ଇଂଲଣ୍ଡ ଭାରତ ମଧ୍ୟରେ ଚାଲିଥିବାବେଳେ ଇଂଲଣ୍ଡର  ଦ୍ୱିତୀୟ ୱିକେଟର  ପତନ ଘଟିଛି । ପାଭିଲିୟନ ଫେରିଲେ ବେନ ଡକେଟ । ୬୫ ରନ କରି ଆଉଟ ହେଲେ ଡକେଟ । ବାରବାଟୀରେ ଟସ୍ ଜିତିଲା ଇଂଲଣ୍ଡ । ଫିଲ୍ଡିଂ କରିବ ଭାରତ।   ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ୫ ବର୍ଷ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଖେଳ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି ।
ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking