15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବାଂଲାଦେଶକୁ ଭାରତର ଦୃଢ଼ ଜବାବ; ପ୍ରଥମେ ନିଜ ଘର ସଜାଡ

ବାଂଲାଦେଶକୁ ଭାରତର ଦୃଢ଼ ଜବାବ; ପ୍ରଥମେ ନିଜ ଘର ସଜାଡ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫ୍ ଆଇନକୁ ନେଇ ହିଂସା ଉପରେ ବାଂଲାଦେଶର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ, ବାଂଲାଦେଶ ପ୍ରଥମେ ନିଜ ଘର ସଜାଡିବା ଉପରେ ଧ୍ୟାନଦେଉ। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କିଛି ନଜାଣି ମୁଣ୍ଡ ପୁରାଇବା ଏବଂ ବିଭ୍ରାନ୍ତିକର ମତମନ୍ତବ୍ୟ ଦେବା ବାଂଲାଦେଶ ପାଇଁ ଉଚିତ୍ ନୁହେଁ। ତେବେ ବାଂଲାଦେଶ ମୁର୍ଶିଦାବାଦ ପ୍ରସଙ୍ଗ ଉଠାଇ ନିଜ ଦେଶରେ ଚାଲିଥିବା ନରସଂହାର, ଅତ୍ୟାଚାର ଏବଂ ହିଂସାକାଣ୍ଡ ଘଟଣାରୁ ବିଶ୍ୱର ଧ୍ୟାନ ହଟାଇବା ପାଇଁ ଯେଉଁ ଅପଚେଷ୍ଟା କରୁଛି ତାହା ଉଚିତ୍ ନୁହେଁ।

ଦିନକ ପୂର୍ବେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ପ୍ରେସ୍ ସଚିବ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ସମ୍ପ୍ରତି ଘଟିଥିବା ହିଂସାରେ ମୁସଲିମ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଭାରତକୁ ଅପିଲ୍ କରିଥିଲେ। ଏହି ହିଂସାରେ ୩ଜଣ ପ୍ରାଣ ହରାଇଥିଲେ ଏବଂ ଶହ ଶହ ଲୋକ ଆହତ ହୋଇଥିଲେ। ତେବେ ବାଂଲାଦେଶର ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈଶୱାଲ୍ କହିଛନ୍ତି ଯେ ,ବାଂଲାଦେଶ ଭାରତ ଉପରେ “ମିଥ୍ୟା ଏବଂ ଭିତ୍ତିହୀନ’ ମନ୍ତବ୍ୟ ଦେବା ପରିବର୍ତ୍ତେ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ୍‌। ଜୈଶୱାଲ କହିଛନ୍ତି, ଅଯଥା ମନ୍ତବ୍ୟ ଦେବା ଏବଂ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ବାଂଲାଦେଶ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking