19.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶଚୀନ ସହ ଭାରତର ସଂପର୍କ ଭଲ ନାହିଁ : ଜୟଶଙ୍କର

ଚୀନ ସହ ଭାରତର ସଂପର୍କ ଭଲ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଟୋକିଓରେ କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅଭିଭାଷଣରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ-ଚୀନପ୍ରକୃତ ପ୍ରସଙ୍ଗ ଉଠାଇଥିଲେ । ଚୀନ ସହ ଆମର ଏକ ସମସ୍ୟା ରହିଛି ଏବଂ ଏହାକୁ ଆମେ ଦୁହେଁ ସମାଧାନ କରିବା ଦରକାର । ଏଥିରେ କୌଣସି ୩ୟ ପକ୍ଷଙ୍କୁ ସାମିଲ କରାଯିବ ନାହିଁ ।

ଭାରତ-ଚୀନ ସୀମା ବିବାଦରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଖଣ୍ଡନ କରିଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ପ୍ରକୃତ ସମସ୍ୟାର ସମାଧାନ ପାଇଁ ଆମେ ଅନ୍ୟ ଦେଶକୁ ଦେଖୁନାହୁଁ ବୋଲି ସେ କହିଛନ୍ତି । କ୍ୱାଡ୍ ଗୋଷ୍ଠୀର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଆସିଥିବା ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଚୀନ୍ ସହ ଭାରତର ସମ୍ପର୍କ ଭଲ ନାହିଁ । ଆମ ମଧ୍ୟରେ ଉତ୍ତେଜନା ଲାଗି ରହିଛି, ନଚେତ୍ ମୁଁ କହିପାରେ ଯେ ଭାରତ ଓ ଚୀନ୍ ମଧ୍ୟରେ ଏକ ପ୍ରସଙ୍ଗ ରହିଛି । ମୁଁ ଭାବୁଛି ଆମେ ଦୁହେଁ ଏ ବିଷୟରେ କଥା ହେବା ଦରକାର ଏବଂ ଏହାର ସମାଧାନ ବାହାର କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking