24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶକର୍ତ୍ତବ୍ୟ ପଥରେ ଭାରତର ସୈନ୍ୟ ଶକ୍ତି

କର୍ତ୍ତବ୍ୟ ପଥରେ ଭାରତର ସୈନ୍ୟ ଶକ୍ତି

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୭ତମ ଗଣତନ୍ତ୍ର ଦିବସ। ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍‌ର ହୋଇଛି ଆୟୋଜନ । ଭାଗ ନେଉଛି ୟୁରୋପୀୟ ୟୁନିଅନ୍ କଣ୍ଟିଜେଣ୍ଟ । ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରୁଛନ୍ତି ଭାରତୀୟ ସେନା । ପରେଡ୍‌ରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି । ୧୯୬୫, ୧୯୭୧ ଏବଂ ୧୯୯୯ ମସିହାର ଯୁଦ୍ଧ ସାମଗ୍ରୀ ପ୍ରଦର୍ଶନ । ବାୟୁ ଯୋଦ୍ଧାଙ୍କ ପକ୍ଷରୁ ସାମରିକ ଶକ୍ତି ପ୍ରଦର୍ଶନ । ଅପରେସନ ସିନ୍ଦୂରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ମଡେଲ୍ ପ୍ରଦର୍ଶନ । ପରେଡରେ ଶକ୍ତିବନ ଏବଂ ଦିବ୍ୟାସ୍ତ୍ର, ସ୍ୱତନ୍ତ୍ର ଉଚ୍ଚ ଗତିଶୀଳ ଯାନ (HMV 6×6), ତା’ପରେ ଧନୁଷ ବନ୍ଧୁକ ପ୍ରଣାଳୀ ଏବଂ ଆମୋଘ ଆଡଭାନ୍ସଡ୍ ଟୱେଡ୍ ଆର୍ଟିଲାରୀ ଗନ୍ ପ୍ରଣାଳୀ (ATAGS) ପ୍ରଦର୍ଶିତ ହୋଇଛି । ପରେଡ ମାର୍ଗରେ ସୁପରସୋନିକ୍ ବ୍ରହ୍ମୋସ୍ ଅସ୍ତ୍ର ପ୍ରଣାଳୀ, ସ୍ୱଦେଶୀ ସୂର୍ଯ୍ୟାସ୍ତ୍ର ୟୁନିଭର୍ସାଲ୍ ରକେଟ୍ ଲଞ୍ଚର୍ ସିଷ୍ଟମ୍ ସହିତ, ଦୀର୍ଘ ଦୂରଗାମୀ ସଠିକତା ଏବଂ ପ୍ରଚଣ୍ଡ ଗୁଳିଚାଳନା ଶକ୍ତିର ଏକ ଶକ୍ତିଶାଳୀ ମିଶ୍ରଣ ପ୍ରଦର୍ଶିତ ହୋଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking