19.1 C
Bhubaneswar
Monday, February 2, 2026
Homeଓଡିଶାସମ୍ବଲପୁରରେ ଭାରତର ପ୍ରଥମ ଏଫ୍‌ଆର୍‌ଏଚ୍ ଆଲୁମିନିୟମ୍ ୟୁନିଟ୍ ଉଦ୍‌ଘାଟିତ

ସମ୍ବଲପୁରରେ ଭାରତର ପ୍ରଥମ ଏଫ୍‌ଆର୍‌ଏଚ୍ ଆଲୁମିନିୟମ୍ ୟୁନିଟ୍ ଉଦ୍‌ଘାଟିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଲପଙ୍ଗାରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଭାରତର ପ୍ରଥମ ଫ୍ଲାଟ୍ ରୋଲ୍ଡ ପ୍ରଡକ୍ଟସ୍ ଆଲୁମିନିୟମ ୟୁନିଟ୍ ବା ଏଫଆର୍‌ଏଚ୍ ଉଦ୍‌ଘାଟିତ ହୋଇଛି। ଏହି ପ୍ରକଳ୍ପରେ ମୋଟ୍ ୨୬,୯୯୬ କୋଟି ନିବେଶ ହେଉଥିବାବେଳେ ୫୦୧୨ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ। ଏପରିକି ଡାଉନ୍‌ଷ୍ଟ୍ରିମ୍ ଉତ୍ପାଦନକୁ ବି ଆହୁରି ମଜ୍‌ବୁତ କରିବ। କାରଣ, ଶିଳ୍ପ ହେଉଛି ଆମର ସମୃଦ୍ଧ ଭବିଷ୍ୟତର ଏକ ପ୍ରମୁଖ ଭିତ୍ତିଭୂମି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଫଆର୍‌ଏଚ୍ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି ଯେ, ଓଡ଼ିଶାରେ ଏକ ନୂତନ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ସହିତ ରାଜ୍ୟ ଆଗକୁ ବଢ଼ୁଛି। ପ୍ରାୟ ୧୫ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକାଶ କେବଳ ନିବେଶ କିମ୍ବା ଘୋଷଣା ଦ୍ୱାରା ନୁହେଁ, ବରଂ ଲୋକଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଦ୍ୱାରା ସମ୍ଭବ ହୋଇଥାଏ। ଯୁବକମାନଙ୍କ ପାଇଁ ଚାକିରି, ପରିବାର ପାଇଁ ସୁରକ୍ଷା ଏବଂ ଉନ୍ନତ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା। ସେ କହିଛନ୍ତି, “ପଶ୍ଚିମ ଓଡ଼ିଶା ଏକ ବିଶ୍ୱସ୍ତରୀୟ ଶିଳ୍ପ କେନ୍ଦ୍ର ଭାବରେ ଉଭା ହେଉଛି। ଆମର ଲକ୍ଷ୍ୟ ହେଉଛି ଘର ପାଖରେ ନିଯୁକ୍ତି ସୃଷ୍ଟି କରିବା, ମୂଲ୍ୟଯୁକ୍ତ ଏବଂ ସବୁଜ ଉତ୍ପାଦନକୁ ପ୍ରୋତ୍ସାହିତ କରିବା। ଯେତେବେଳେ ଶିଳ୍ପ ବୃଦ୍ଧି ପାଏ, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଯୁବକ ଏହା ସହିତ ଆଗକୂ ବଢ଼ିବାର ସୁଯୋଗ ପାଇଥାଏ। ଏଫଆରଏଚ୍ ଦ୍ୱାରା ତାହା ହିଁ ହେବ। ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଶ୍ରମିକମାନେ ଓଡ଼ିଶାର ଶିଳ୍ପ ସଫଳତାର ପ୍ରକୃତ ସ୍ଥପତି। ସେମାନଙ୍କର ନିଷ୍ଠା ନିଶ୍ଚିତ କରେ ଯେ’ ଉତ୍ପାଦନ କେବେ ବନ୍ଦ୍ ହୁଏ ନାହିଁ ଏବଂ ପ୍ରଗତି କେବେ ମନ୍ଥର ହୁଏ ନାହିଁ। ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଓଡ଼ିଶା ସରକାରଙ୍କ ଶିଳ୍ପ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ବଲପୁରର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲିର ବିଧାୟକ ସୁଦର୍ଶନ ହରିପାଲଙ୍କ ସମେତ ରାଜ୍ୟ ସରକାର ଓ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking