18.1 C
Bhubaneswar
Monday, December 22, 2025
Homeଖେଳଗୌହାଟୀ ଟେଷ୍ଟରେ ଭାରତର ପରାଜୟ ଆସନ୍ନ

ଗୌହାଟୀ ଟେଷ୍ଟରେ ଭାରତର ପରାଜୟ ଆସନ୍ନ

ନୂଆଦିଲ୍ଲୀ: ଗୌହାଟି ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ। ଶୋଚନୀୟ ସ୍ଥିତରେ ଟିମ୍ ଇଣ୍ଟିଆ। ୨୦୧ ରନ୍ ରେ ହେଲା ଅଲଆଉଟ୍। ପ୍ରଥମ ଇନିଂସରେ ୪୮୯ କରିଥିଲା ଦକ୍ଷିଣ ଆଫ୍ରିକା। ଖେଳ ୨ ଦିନ ବାକିଥିଲା ବେଳେ ଦକ୍ଷିଣ ଆଫ୍ରିକା ୩୧୪ ରନ୍‌ରେ ଆଗୁଆ। ଭାରତୀୟ ଦଳ ପାଇଁ ମ୍ୟାଚ୍ ସହ ସିରିଜ୍ ପରାଜୟ ଆସନ୍ନ। ବ୍ୟାଟିଂ ପରେ ବୋଲିଂରେ ଭାରତକୁ ଧରାଶାୟୀ କଲେ ଜାନସେନ୍। ଆଉ ଦୁଇ ଦିନ ବାକି ଥିବା ବେଳେ ଭାରତ ସିରିଜରେ ୦-୧ରେ ପଛରେ ଅଛି। ରବିବାର ବରସାପାରା ଷ୍ଟାଡିୟମରେ ଭାରତ ୯/୦ରେ ଖେଳ ଆରମ୍ଭ କରିଥିଲା। ରାହୁଲ ୨୨ ରନ କରି ଆଉଟ ହୋଇଯାଇଥିଲେ। ଯଶସ୍ୱୀ ଏକ ଅର୍ଦ୍ଧଶତକ ହାସଲ କରି ଦଳକୁ ୧୦୦ ରନ ନିକଟତର କରାଇଥିଲେ। ଭାରତ ୯୬ ରନରେ ୩ ୱିକେଟ୍ ହରାଇଥିଲା। ପନ୍ତ ୭, ରବିନ୍ଦ୍ର ଜାଡେଜା ୬, ନୀତିଶ କୁମାର ରେଡ୍ଡୀ ୧୦ ଏବଂ ଜୁରେଲ ବିନା କୌଣସି ସ୍କୋରରେ ଆଉଟ ହୋଇଥିଲେ। ସୁନ୍ଦର ୪୮ ରନ କରିବା ପରେ ଆଉଟ ହୋଇଥିଲେ। ୧୯ ରନ କରିବା ପରେ କୁଲଦୀପ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ମାର୍କୋ ଜାନସେନ ୨ ୱିକେଟ୍ ନେଇଥିଲେ ଏବଂ ଭାରତକୁ ୨୦୧ ରନରେ ଅଲଆଉଟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking