ନୂଆଦିଲ୍ଲୀ: ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୫ରେ ଲଗାତାର ନିରାଶ ପରେ ଶନିବାର ଭାରତର ଚ୍ୟାଲେଞ୍ଜ୍ ସମାପ୍ତ ହୋଇଛି। ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ିକୁ ମାଲେସିଆର ଏସ୍ଏଫ୍ ଗୋହ ଓମ ଏନ୍ ଇଜ୍ଜୁଦିନ୍ଙ୍କ ଯୋଡ଼ି ସେମିଫାଇନାଲ୍ରେ ହରାଇ ବିଦା କରିଛନ୍ତି। ଏସ୍ଏଫ୍ ଗୋହ ଓ ଏନ୍ ଇଜ୍ଜୁଦିନ୍ ଯୋଡ଼ ୨୧-୧୮ ଓ ୨୧-୧୪ରେ ଭାରତୀୟ ଯୋଡ଼ିକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଫାଇନାଲ୍ରେ ମାଲେସିଆ ଯୋଡ଼ି ସାଉଥ୍ କୋରିଆର ଏସ୍ କିମ୍ ଓ ଏସ୍ଜେ ସିଓଙ୍କ ଯୋଡ଼ିକୁ ଭେଟିବ। କିମ୍ ଓ ସିଓ ମାଲେସିଆର ଅନ୍ୟତମ ଯୋଡ଼ିକୁ ସିଧା ଗେମ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ସାତ୍ତ୍ୱିକ୍-ଚିରାଗ ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ରାଉଣ୍ଡ୍ରେ ମାଲେସିଆର ମାନ୍ ୱେଇ ଚୋଙ୍ଗ୍ ଓ ଉନ୍ ଟି’ଙ୍କ ଯୋଡ଼ିକୁ ୨୩-୨୧, ୧୯-୨୧, ୨୧-୧ରେ ହରାଇଥିଲେ। ଦ୍ୱିତୀୟ ରାଉଣ୍ଡ୍ରେ ଜାପାନର କେନ୍ୟା ମିତ୍ସୁହାଶୀ ଓ ହିରୋକି ଓକାମୁରାଙ୍କୁ ୨୦-୨୨, ୨୧-୧୪ ଓ ୨୧-୧୬ରେ ହରାଇବା ପରେ କ୍ୱାର୍ଟର୍ ଫାଇନାଲ୍ରେ ସାଉଥ୍ କୋରିଆର ଜିନ୍ ୟୋଙ୍ଗ୍ ଓ କାଙ୍ଗ୍ ମିନ୍ ହ୍ୟୁକ୍ଙ୍କୁ ୨୧-୧୦, ୨୧-୧୭ରେ ମାତ୍ ଦେଇ ସାତ୍ତ୍ୱିକ-ଚିରାଗ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ।