27.2 C
Bhubaneswar
Saturday, May 17, 2025
Homeଦେଶ ବିଦେଶପାକିସ୍ତାନୀ ହ୍ୟାକର୍‌ସଙ୍କ ଟାର୍ଗେଟରେ ଭାରତୀୟ

ପାକିସ୍ତାନୀ ହ୍ୟାକର୍‌ସଙ୍କ ଟାର୍ଗେଟରେ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ର ଉଗ୍ର ପ୍ରହାରରେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିବା ପାକିସ୍ତାନ ଏପ୍ରକାର ପରାଜୟକୁ ବରଦାସ୍ତ କରିପାରୁନାହିଁ । ଏଥିପାଇଁ ପାକିସ୍ତାନ ଏବେ ଭାରତ ବିରୋଧରେ ସାଇବର ଆଟାକ୍‌’କୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରୁଛି । ସାଇବର ଆଟାକ୍ କରି ଭାରତୀୟଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନୀ ସେନା ଅନେକ ହ୍ୟାକରସ୍‌ଙ୍କୁ ମଧ୍ୟ କାମରେ ନିୟୋଜିତ କରାଇଥିବା ସୂଚନା ମିଳିଛି । ସାମ୍ନାସାମ୍ନି ଯୁଦ୍ଧରେ ଭାରତୀୟ ସେନାକୁ ପରାସ୍ତ କରିବା ତା’ ପାଇଁ କଷ୍ଟକର ବ୍ୟାପାର ବୋଲି ବୁଝିସାରିଥିବା ପାକିସ୍ତାନୀ ସେନା ଏବେ ଏପ୍ରକାର କୁତ୍ସିତ କାର୍ଯ୍ୟ କରିବାକୁ ଯୋଜନା କରୁଛି ।

ମିଳିଥିବା ଗୁଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନ ହ୍ୟାକର୍‌ସଙ୍କ ଟାର୍ଗେଟ୍‌ରେ ଏବେ କୋଟିକୋଟି ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ରହିଛନ୍ତି । ‘ଡ୍ୟାନ୍ସ ଅଫ ଦ ହିଲାରୀ’ ନାଁରେ ଭାଇରସ୍ ପଠାଇ ଭାରତୀୟ ୟୁଜର୍ସମାନଙ୍କୁ ନିଜ ଜାଲରେ ଫସାଉଛନ୍ତି ଏମାନେ । ସୋସିଆଲ ମିଡିଆ ନେଟୱାର୍କ, ଇମେଲ ଜରିଆରେ ଏହି ଭାଇରସ୍ ପଠାଯାଉଛି । ଏହି ଭାଇରସ୍ ଦ୍ୱାରା ଥରେ ଯଦି କୌଣସି ମୋବାଇଲ, କମ୍ପ୍ୟୁଟର ଭଳି କୌଣସି ଇଲେକ୍ଟ୍ରୋନିକ୍ସ ଡିଭାଇସ ଇନ୍‌ଫେକଟେଡ ହେଉଛି ତେବେ ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ କାରବାର ସମ୍ପର୍କିତ କିମ୍ବା ବ୍ୟକ୍ତିଗତ ଡାଟା ସେମାନଙ୍କ ପାଖକୁ ଚାଲିଯାଉଛି । ତେଣୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏମିତିକି ଗ୍ଧବଗ୍ଦଳଗ୍ଦମଷର.ରଙ୍ଘର ଭଳି ଫାଇଲ୍ ଯଦି କମ୍ପ୍ୟୁଟରରେ ଦେଖିବାକୁ ମିଳେ ତେବେ ତୁରନ୍ତ ତାକୁ ଡିଲିଟ କରିବା ଲାଗି ଆଲର୍ଟ କରାଯାଇଛି । ଏଥିରୁ ବର୍ତ୍ତିବା ଲାଗି ମିଡିଆ ଅଟୋ ଡାଉନଲୋଡ ଫିଚର ବନ୍ଦ ରଖିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking