29.1 C
Bhubaneswar
Tuesday, February 10, 2026
Homeଖେଳନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଶୁକ୍ରବାର ବିସିସିଆଇ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି । ଏହି ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ବାଂଲାଦେଶ ବିପକ୍ଷ ସିରିଜ୍ ପାଇଁ ମନୋନୀତ ଖେଳାଳିଙ୍କୁ ଏହି ସିରିଜ୍‌ରେ ମଧ୍ୟ ସୁଯୋଗ ମିଳିଛି । ତେବେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ରେ କେବଳ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି । ବାଂଲାଦେଶ ବିପକ୍ଷ ସିରିଜ୍‌ରେ କାହାରିକୁ ଭାଇସ୍ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇ ନଥିବାବେଳେ ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ସିନିୟର୍ ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଭାରତୀୟ ଟିମ୍ ଘୋଷଣା ସହିତ ବିସିସିଆଇ ଚାରିଜଣ ଅନ୍ୟ ଖେଳାଳିଙ୍କୁ ମଧ୍ୟ ଟ୍ରାଭେଲିଂ ରିଜର୍ଭ ଭାବେ ସାମିଲ କରିଛି ।

ଟ୍ରାଭେଲିଂ ରିଜର୍ଭ ଭାବେ ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ମୟଙ୍କ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ଯୋଡ଼ିହୋଇଛନ୍ତି । ନୀତୀଶ ରେଡ୍ଡୀ, ହର୍ଷିତ ରାଣା ଏବଂ ମୟଙ୍କ ଯାଦବ ବର୍ତ୍ତମାନ ସୁଦ୍ଧା ଭାରତୀୟ ଟେଷ୍ଟ ଟିମ୍ ପାଇଁ ଖେଳିନାହାନ୍ତି । ତେବେ ପ୍ରସିଦ୍ଧ କ୍ରିଷ୍ଣା ଭାରତ ପାଇଁ ଟେଷ୍ଟ ଖେଳିସାରିଛନ୍ତି । ବିସିସିଆଇ ଟ୍ରାଭେଲ୍ ରିଜର୍ଭରେ ତିନିଜଣ ଫାଷ୍ଟ୍ ବୋଲର୍‌ଙ୍କୁ ସାମିଲ କରିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଏହି ସିରିଜ୍ ସହିତ ଅଷ୍ଟ୍ରେଲିଆ ଟୁର୍ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବ । ଏହାପରେ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁଣେରେ ଏବଂ ତୃତୀୟ ଟେଷ୍ଟ ନଭେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ ।

ଭାରତୀୟ ସ୍କ୍ୱାଡ୍‌: ରୋହିତ ଶର୍ମା (କ୍ୟାପ୍‌ଟେନ୍‌), ଜସ୍‌ପ୍ରୀତ୍ ବୁମ୍‌ରା (ଭାଇସ୍ କ୍ୟାପ୍‌ଟେନ୍‌), ଯଶସ୍ୱୀ ଜୟସ୍ୱାଲ୍‌, ଶୁବମନ ଗିଲ୍‌, ବିରାଟ କୋହଲି, କେଏଲ୍ ରାହୁଲ, ସରଫରାଜ ଖାନ୍‌, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ଧ୍ରୁବ ଜୁରେଲ (ୱିକେଟ୍‌କିପର୍‌), ରବିଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ମହମ୍ମଦ ସିରାଜ୍‌, ଆକାଶ ଦୀପ୍ ।
ଟ୍ରାଭେଲ୍ ରିଜର୍ଭ: ନୀତିଶ ରେଡ୍ଡୀ, ହର୍ଷିତ ରାଣା, ମୟଙ୍କ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking