18.1 C
Bhubaneswar
Wednesday, February 4, 2026
Homeଖେଳଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟେଷ୍ଟ ସିରିଜ୍ ଖେଳୁଛି। ଏହା ପରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜ୍ ପାଇଁ ଭାରତୀୟ ଦଳ ଏବେ ଘୋଷଣା କରାଯାଇଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ରହିଛି। ଦୀର୍ଘ ଦିନ ପରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେରିଛନ୍ତି। ଭାରତର ଦିନିକିଆ ଅଧିନାୟକ ଶୁଭମନ ଗିଲ ଆଘାତ ଯୋଗୁଁ ଏହି ସିରିଜରେ ଖେଳୁନାହାଁନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ବେକରେ ଆଘାତ ହୋଇଥିଲା। ତାଙ୍କ ସ୍ଥାନରେ କେଏଲ ରାହୁଲ ଏବେ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାହୁଲ ପୂର୍ବରୁ ଦିନିକିଆରେ ଦଳ ପାଇଁ ଅଧିନାୟକ ଭୂମିକାରେ କାର୍ଯ୍ୟ କରିଛନ୍ତି। ସେ ୧୨ଟି ଦିନିକିଆରେ ଦଳର ଅଧିନାୟକତ୍ୱ କରିଛନ୍ତି, ୮ଟିରେ ବିଜୟୀ ହୋଇଛନ୍ତି ଏବଂ ୪ଟିରେ ପରାସ୍ତ ହୋଇଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ନଭେମ୍ବର ୩୦ରେ ରାଞ୍ଚିରେ ଖେଳାଯିବ। ଦ୍ୱିତୀୟ ଦିନିକିଆ ଡିସେମ୍ବର ୩ରେ ରାୟପୁରରେ ଖେଳାଯିବ। ସିରିଜର ଅନ୍ତିମ ଏବଂ ତୃତୀୟ ଦିନିକିଆ ଡିସେମ୍ବର ୬ରେ ବିଶାଖାପାଟଣାରେ ଖେଳାଯିବ।

ଭାରତର ଦିନିକିଆ ଦଳ: ରୋହିତ ଶର୍ମା, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ତିଲକ ଭର୍ମା, କେ.ଏଲ୍ ରାହୁଲ (ଅଧିନାୟକ) (ୱିକେଟ୍ କିପର), ରିଷଭ ପନ୍ତ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ରୁତୁରାଜ ଗାଇକୱାଡ, ପ୍ରସାଦ କୃଷ୍ଣ, ଅର୍ଶଦୀପ ସିଂ, ଧ୍ରୁଭ ଜୁରେଲ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking