25.6 C
Bhubaneswar
Sunday, April 12, 2026
Homeଓଡିଶାଯାଜପୁରରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ ଓଡିଶା ମିଡିଟର୍ମ CME 2025 ଆୟୋଜିତ

ଯାଜପୁରରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ ଓଡିଶା ମିଡିଟର୍ମ CME 2025 ଆୟୋଜିତ

ଯାଜପୁର: ଇଣ୍ଡିଆନ୍ ରିଉମାଟୋଲଜି ଆସୋସିଏସନ୍ (ଆଇ ଆର ଏ), ଓଡିଶା ଚ୍ୟାପ୍ଟର ପକ୍ଷରୁ “କ୍ଲିନିକାଲ କ୍ଲ୍ୟୁଜ ଟୁ କ୍ଲାରିଟି – ଏ କେଶ ବେସଡ ଅପ୍ପ୍ରୋଚ ଇନ ରିଉମାଟୋଲୋଜି ” ବିଷୟରେ ମିଡ୍-ଟର୍ମ କଣ୍ଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (CME) କାର୍ଯ୍ୟକ୍ରମ ମହାରାଜା ଯଜାତି କେଶରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ (MJKMCH), ଯାଜପୁର ରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମହାରାଜା ଯଯାତିକେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଯାଜପୁର ସହ ଯୁକ୍ତଭାବରେ ଏବଂ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ଯାଜପୁର, ଯାଜପୁର ରୋଡ୍ ଓ ଭଦ୍ରକ ଶାଖା ସହଯୋଗରେ ଆୟୋଜନ କରାଯାଇଥିଲା।ଏହି ଅବସରରେ ଡା. ଶିଶିର କୁମାର ମହାପାତ୍ର, ଅଧ୍ୟକ୍ଷ, ଆଇ ଆର ଏ,ଓଡିଶା; ପ୍ରଫେସର ଡା. ଜ୍ୟୋତି ରଞ୍ଜନ ପରିଡା, ଆୟୋଜକ ସଚିବ, ଆଇ ଆର ଏ, ଓଡିଶା; ପ୍ରଫେସର ଡା. ସିତାରାମ ମହାପାତ୍ର, ଡିନ୍ ଓ ପ୍ରାଚାର୍ଯ୍ୟ, MJKMCH ମୁଖ୍ୟ ଅତିଥି ଭାବେ; ଡା. କାର୍ତ୍ତିକ ଚନ୍ଦ୍ର ରାଉତ,ସମ୍ମାନିତ ଅତିଥି; ସହିତ ଡା. ଖିରୋଦ ଚନ୍ଦ୍ର ମହାନ୍ତି, ଅଧ୍ୟକ୍ଷ, ଆଇ ଏମ ଏ, ଯାଜପୁର; ଡା. ଗୌରୀଶଙ୍କର ଶଡଙ୍ଗି, ସଚିବ ଆଇ ଏମ ଏ, ଯାଜପୁର ରୋଡ୍; ଓ ଡା. ଆର୍ କେ ନାୟକ, ଅଧ୍ୟକ୍ଷ, ଆଇ ଏମ ଏ, ଭଦ୍ରକ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଥିଲେ।

ଏହି ଅଧିବେଶନରେ ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ର (ଆଇ ଏମ ଏସ ଆଣ୍ଡ ସମ ହସ୍ପିଟାଲ), ଡା. ରଶ୍ମି ରଞ୍ଜନ ସାହୁ (ଆଇ ଏମ ଏସ ଆଣ୍ଡ ସମ ହସ୍ପିଟାଲ), ପ୍ରଫେସର ଡା. ସାକିର ଅହମଦ୍ (କିମ୍ସ ହସ୍ପିଟାଲ), ଡା. ସରିତ୍ ଶେଖର ପଟ୍ଟନାୟକ (ଏସ ସି ବି, ମେଡିକାଲ କଲେଜ) ତାଙ୍କ ଅନୁଭବ ଓ ଦକ୍ଷତା ସହଭାଗି କରିଥିଲେ।

ରିୟୁମାଟୋଲୋଜି ସହିତ ସମ୍ବନ୍ଧିତ ବିଭିନ୍ନ ରୋଗ ସମ୍ମେଳନରେ ଆଲୋଚିତ ହୋଇଥିଲା। ବିଶେଷଜ୍ଞମାନେ ଜୋର ଦେଲେ ଯେ, କୌଣସି ଅଟୋଇମ୍ମ୍ୟୁନ ରୋଗର ଲକ୍ଷଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲେ କିମ୍ବା ଠିକ ହେବାରେ ବିଳମ୍ବ ହେଲେ, ଶୀଘ୍ର ଚିହ୍ନଟ ପାଇଁ ଏକ ରିୟୁମାଟୋଲୋଜିଷ୍ଟଙ୍କୁ ପରାମର୍ଶ କରିବା ଆବଶ୍ୟକ। ଏହିଥିଲା ଆଲୋଚନାର ପ୍ରଧାନ ନିଷ୍କର୍ଷ। ପ୍ରଫେସର ଡା. ଡି. ଶୋଭା ମାଳିନୀ, ଆୟୋଜକ ସଚିବ, ଆଇଆରଏ ଓଡିଶା ରାଜ୍ୟ ଶାଖା, MJKMCH ଶିକ୍ଷକଗଣ ଓ ଆଇ ଏମ ଏ ସଦସ୍ୟମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକମାନେ, ପିଜି ଛାତ୍ରଛାତ୍ରୀ ଓ ପ୍ରାକ୍ଟିସିଙ୍ଗ୍ ଡାକ୍ତରମାନେ ଆଗ୍ରହର ସହିତ ଯୋଗଦେଇଥିଲେ ଏବଂ ରିଉମାଟୋଲୋଜିରେ କେସ୍-ଭିତ୍ତିକ ଶିକ୍ଷା ଓ ଆଧୁନିକ ଚିକିତ୍ସା ପ୍ରବନ୍ଧନ ବିଷୟରେ ଗଭୀର ଆଲୋଚନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking