20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପବ୍ ବିରୋଧରେ ମାମଲା ରୁଜୁ

ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପବ୍ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମାଲିକାନାରେ ଥିବା ୱାନ୮ କମ୍ୟୁନ ପବ୍ ବିରୋଧରେ ମାମଲା ରୁଜୁ ହୋଇଛି । ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଥିବା ୱାନ୮କମ୍ୟୁନ ପବ୍ ସମେତ ଏମଜି ରୋଡରେ ଥିବା ଅନ୍ୟାନ୍ୟ ପ୍ରତିଷ୍ଠାନ ବିରୋଧରେ ମାମଲା ରୁଜୁ କରିଛି ବେଙ୍ଗାଲୁରୁ ପୁଲିସ। କେନ୍ଦ୍ରାଞ୍ଚଳ ଡିସିପିଙ୍କ କହିବା ଅନୁସାରେ, ଏହି ପବଗୁଡିକ ବିଳମ୍ବିତ ରାତି ପ୍ରାୟ ୧.୩୦ ପର୍ଯ୍ୟନ୍ତ ଖୋଲା ରହୁଥିଲା। କିନ୍ତୁ ପବ୍ ଖୋଲା ରହିବା ପାଇଁ ରାତି ଗୋଟାଏ ପର୍ଯ୍ୟନ୍ତ ନିୟମ ରହିଛି। ଏହା ସାଙ୍ଗକୁ ପବରେ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ବଜା ଯାଉଥିବା ମଧ୍ୟ ଅଭିଯୋଗ ଆସିଛି। ବର୍ତ୍ତମାନ ଏହି ସବୁ ପବ୍ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ପୁଲିସ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।ପ୍ରକାଶ ଥାଉକି, ବିରାଟ କୋହଲିଙ୍କ ମାଲିକାନାରେ ଥିବା ୱାନ୮ କମ୍ୟୁନ ପବର ବ୍ରାଞ୍ଚ ଦିଲ୍ଲୀ, ମୁମ୍ବାଇ, ପୁଣେ ଏବଂ କୋଲକାତା ଭଳି ଅନ୍ୟ ମେଟ୍ରୋ ସହରରେ ରହିଛି। ଗତ ବର୍ଷ ଡିସେମ୍ବରରେ ବେଙ୍ଗାଲୁରୁରେ ଏହାର ଶାଖା ଆରମ୍ଭ କରାଯାଇଥିଲା। ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଥିବା ରତ୍ନମ କମ୍ପ୍ଲେକ୍ସର ଷଷ୍ଠ ମହଲାରେ One8 କମ୍ୟୁନ ପବର ବ୍ରାଞ୍ଚ ରହିଛି। ଗତ ବର୍ଷ ତାମିଲନାଡୁର ଜଣେ ବ୍ୟକ୍ତି ସୋଶାଲ ମିଡ଼ିଆ ଏକ୍ସ ପୋଷ୍ଟରେ ପବ୍ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ତାଙ୍କ ପୋଷାକ ପରିଧାନକୁ ନେଇ ପବକୁ ଯିବାକୁ ବାରଣ କରା ଯାଇଥିବା ସେ ଅଭିଯୋଗ କରିଥିଲେ। ଏପରିକି ପବର ଟ୍ରିଟମେଣ୍ଟ ତାଙ୍କୁ ଆଘାତ ଦେଇଥିବା ଏବଂ ସେ ନିରାଶ ହୋଇଥିବା କହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking